Home ଜିଲ୍ଲା ପରିକ୍ରମା “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧ୍ୟକ୍ଷଙ୍କୁ ଭଦ୍ରକ ବିକଳାଙ୍ଗ ମଂଚର ସ୍ମାରକପତ୍ର ପ୍ରଦାନ

“ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧ୍ୟକ୍ଷଙ୍କୁ ଭଦ୍ରକ ବିକଳାଙ୍ଗ ମଂଚର ସ୍ମାରକପତ୍ର ପ୍ରଦାନ

18

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିକଳାଙ୍ଗ ମଂଚ (ଓ.ଭି.ଏମ୍‌.) ଭଦ୍ରକ ଶାଖା ପକ୍ଷରୁ ଭିନ୍ନକ୍ଷମ ମୌଳିକ ଆବଶ୍ୟକତାର ପୂରଣ ପାଇଁ “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧ୍ୟକ୍ଷଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ବିକଳାଙ୍ଗ ମଂଚ ୨୦୦୬ ମସିହା ଠାରୁ ଓଡ଼ିଶାରେ ଥିବା ସମସ୍ତ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କର ସାମାଜିକ ନିରାପତ୍ତା, ଜୀବନ ଜୀବିକା ନିଯୁକ୍ତି ଓ ସ୍ୱାଭାଲମ୍ବୀ ହେବା ପାଇଁ ସଂଗ୍ରାମ ଜାରି ରଖିଛି । ତେବେ ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହା ସଠିକ୍ ଭାବେ ସଫଳ ରୂପାୟନ ହୋଇପାରୁନାହିଁ । ଫଳରେ ଭିନ୍ନକ୍ଷମ ଭାଇଭଉଣୀମାନେ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି । ଓଡ଼ିଶା ବିକଳାଙ୍ଗ ମଂଚ ତରଫରୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି ।

ଏହି ଦାବି ଗୁଡ଼ିକ ହେଲା ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକକ ପରିବାରର ମାନ୍ୟତା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆବାସ ଓ ସରକାରଙ୍କ ସମସ୍ତ ଆବାସ ଯୋଜନାରେ ୫ ପ୍ରତିଶତ ସ୍ଥାନ ଆଧାରରେ ପକ୍କାଘର ଯୋଗାଇ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ବ୍ୟତିତ ଭିନ୍ନକ୍ଷମମାନଙ୍କ ମାସିକ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ଅନ୍ତୋର୍ଦୟ ଅନ୍ନ ଯୋଜନାରେ ସାମିଲ କରିବା, ବସୁନ୍ଧରା ଯୋଜନାରେ ଘରଡ଼ିହ ପାଇ ଯାଗା ଯୋଗାଇ ଦେବା, ଚାକିରୀ କ୍ଷେତ୍ରରେ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କର ପଦନ୍ନୋତି କରିବା ପାଇଁ ଦାବି କରାଯାଇଛି । ସେହିଭଳି ଓଡ଼ିଶା ବିକଳାଙ୍ଗ ମଂଚର ଉପସଭାପତି ଶ୍ରୀ ଦାମୋଦର କରଙ୍କ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି । ଅନ୍ୟପକ୍ଷରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଦାନ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଦେବା ସହ ପାଠ୍ୟ ଉପକରଣ ଯୋଗାଇ ଦିଆଯିବା ପାଇଁ ଦାବି କରାଯାଇଛି । ଓଡ଼ିଶା ବିକଳାଙ୍ଗ ମଂଚ ଭଦ୍ରକ ଶାଖାର ସଭାପତି ଯଦୁମଣି ଦାସ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଉପସଭାପତି କରୁଣାକର ସାହୁ, ଅଜିତ ସାହୁ, ଚନ୍ଦ୍ରକାନ୍ତ ନାୟକ, ବିଜୟ ଦାସ, ପଦ୍ମନାଭ ସାହୁ, କ୍ଷଣପ୍ରଭା ସ୍ୱାଇଁ, ରବିନାରାୟଣ ବେହେରା ପ୍ରମୁଖ ସଦସ୍ୟମାନେ ସ୍ମାରକ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.