Home କେନ୍ଦ୍ରାପଡ଼ା ଆବାସ ଓ ରାସନକାର୍ଡ ଦୁର୍ନିତୀର ତଦନ୍ତ ଦାବିକଲେ ସାନମାଣିତିଆ ସରପଂଚ

ଆବାସ ଓ ରାସନକାର୍ଡ ଦୁର୍ନିତୀର ତଦନ୍ତ ଦାବିକଲେ ସାନମାଣିତିଆ ସରପଂଚ

80

କେନ୍ଦ୍ରାପଡା ୭/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର କେତେକ ଖଳପ୍ରକୃତିର ଲୋକ ନିଜର ସ୍ୱାର୍ଥ ହାସଲ ନିମନ୍ତେ ବିଭିନ୍ନ ସମୟରେ ସରପଂଚଙ୍କ ବିରୋଧରେ ମିଥ୍ୟା, ମନଗଢା ଓ କପୋଳକଳ୍ପିତ ଅଭିଯୋଗମାନ କରି ଚର୍ଚ୍ଚାରେ ରହିବା ପାଇଁ ପ୍ରୟାସ କରିଆସୁଛନ୍ତି। ଏବେ ସାନମାଣିତିଆ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମନୋନୟନ ଓ ରାସନକାର୍ଡ ପ୍ରଦାନରେ ଦୁର୍ନିତୀ ହୋଇଥିବା ନେଇ ଏକ ମିଥ୍ୟା ଓ ମନଗଢା ଅଭିଯୋଗ ହୋଇଛି। ଏସବୁ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସାନମାଣିତିଆ ପଂଚାୟତର ସରପଂଚ କମଳା ଗିରି ଏକ ପ୍ରେସ ବିଜ୍ଞପ୍ତିରେ କହିବା ସହିତ ଜିଲ୍ଲାପାଳ ଏହି ଅଭିଯୋଗର ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.