Home କେନ୍ଦୁଝର ଅସହାୟଙ୍କ ପାଇଁ ଖୋଲିଲା ସାହାଯ୍ୟ ସେବାସଂସ୍ଥା

ଅସହାୟଙ୍କ ପାଇଁ ଖୋଲିଲା ସାହାଯ୍ୟ ସେବାସଂସ୍ଥା

77

ହାଟଡ଼ିହି-୨୭ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ଗରିବ ଅସହାୟ ମାନଙ୍କୁ ସେବା ଯୋଗାଇଦେବାପାଇଁ ‘ସାହାଯ୍ୟ ସେବାସଂସ୍ଥା’ ନାମକ ଏକ ସଂଗଠନ ଆରମ୍ଭ କରାଯାଇଛି । ଆଜି ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାପରେ ଆଜିଠାରୁ ଏହା କାର୍ଯ୍ୟଆରମ୍ଭ କରିଛି । ଏହାର ଅଧ୍ୟକ୍ଷ ଭାବେ ବିଶ୍ୱଜିତ ରାଉତ, ସଭାପତି ଭାବେ ଅଜୟ କୁମାର ଜେନା, ଉପସଭାପତି ଭାବେ ପ୍ରକାଶ କୁମାର ଜେନା, ପ୍ରଜ୍ଞା ରଥ, କାର୍ଯ୍ୟକାରୀ ସଭାପତି ଭାବେ ସଶ୍ମିିତା ବିଶ୍ୱାଳ, ସହସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଖଣ୍ଡା, କୋଷାଧ୍ୟକ୍ଷ ଭାବେ ରାଜେଶ କୁମାର ସାହୁ, ଉପଦ୍ଦେଷ୍ଟା ଭାବେ ପ୍ରଶାନ୍ତ କୁମାର ସେନ ମନୋନୀତ ହୋଇଛନ୍ତି । ଆଜି ସେବାସଂସ୍ଥାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ବ୍ୟାନର ପୂଜା କରିବା ସହିତ ଆଗାମି ଦିନରେ ଗରିବ ଅସହାୟ ମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇଦେବା ପାଇଁ ସପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.