Home ଅନୁଗୁଳ ଆଦର୍ଶ ଶିକ୍ଷକ ହରିହର ପ୍ରଧାନଙ୍କ ପରଲୋକ

ଆଦର୍ଶ ଶିକ୍ଷକ ହରିହର ପ୍ରଧାନଙ୍କ ପରଲୋକ

46

ତାଳଚେର, ୮/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅବସରପ୍ରାପ୍ତ ତଥା ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ହରିହର ପ୍ରଧାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଶାରିରୀକ ଅସୁସ୍ଥତା ଦେଇ ଗତି କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ଦେଖାଦେବାରୁ ସ୍ଥାନୀୟ ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷିତ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବାସଭବନକୁ ଯାଇ ଶେଷଦର୍ଶନ କରିବାସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସ୍ୱର୍ଗତ ହରି ସାରଙ୍କ ପୁରାତନ ଛାତ୍ର ତଥା ବର୍ତମାନର ସାଂସଦ ମହେଶ ସାହୁ ସେଠାରେ ପହଁଚି ନିଜ ପ୍ରିୟ ଶିକ୍ଷକଙ୍କର ଶେଷଦର୍ଶନ କରିବାସହ ଗଭୀର ଶୋକବ୍ୟକ୍ତି କରି ତାଳଚେର ମାଟି ଜଣେ ଆଦର୍ଶ ଶିକ୍ଷକଙ୍କୁ ହରାଇଲା ବୋଲି ମତପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ସ୍ୱର୍ଗତ ହରି ସାର ଜଣେ ସୁନାମଧନ୍ୟ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ତାଳଚେର ଅଂଚଳରେ ବେଶ ପରିଚିତ ଥିଲେ। ସେ ସ୍ଥାନୀୟ ଯୁବରାଜ ହାଇସ୍କୁଲରେ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ଦୀର୍ଘ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବାସହ ବହୁ ପ୍ରତିଭାବାନ ଛାତ୍ର ତାଙ୍କ ଠାରୁ ଶିକ୍ଷଲାଭ କରି ପରବର୍ତ୍ତୀ ସମୟରେ ଅନେକ ପ୍ରତିଷ୍ଠିତ ପଦବୀ ହାସଲ କରି ପାରିଛନ୍ତି। କାର୍ଯ୍ୟକାଳ ଶେଷ ସମୟରେ ସେ ହାଣ୍ଡିଧୁଆ ହାଇସ୍କୁଲରେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ପୈତୃକ ବାସଭବନ ତାଳଚେର ବ୍ଲକ କଣ୍ଡାଳ ପଂଚାୟତର ବାଲୁଙ୍ଗା ଗ୍ରାମରେ ହୋଇଥିବା ବେଳେ ଗତ କିଛି ଦିନ ହେବ ସେ ସପରିବାର ଧରମପୁର ଗ୍ରାମରେ ରହି ଆସୁଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କର ଚାରି ପୁଅ ବୋହୁ, ଏକମାତ୍ର ଝିଅ, ଜ୍ୱାଇଁ ଏବଂ ନାତିନାତୁଣିମାନେ ଉପସ୍ଥିତ ଥିଲେ। କନିଷ୍ଠ ପୁତ୍ର ଲଲାଟେନ୍ଦୁ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.