Home ଓଡ଼ିଶା କେନ୍ଦ୍ରାପଡା ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ଟପ୍ପର

କେନ୍ଦ୍ରାପଡା ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ଟପ୍ପର

78

କେନ୍ଦ୍ରାପଡା, ୮ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ସୁନେଇଲୋ ଗ୍ରାମର ଇସ୍ପିତା ମିଶ୍ର ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ଓଡିଶା ହାଇକୋର୍ଟର ବିଚାରପତି ଡଃ. ବିଦ୍ୟୁତ ରଞ୍ଜନ ଷଢଙ୍ଗୀ ମୁଖ୍ୟ ଅତିଥି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇପ୍ସିତା ମିଶ୍ରଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଏହି ପଦକଗୁଡିକ ମଧ୍ୟରେ ଦିୱାନ ବାହାଦୁର ଲକ୍ଷ୍ମୀଧର ମହାନ୍ତି ମେମୋରିଆଲ୍‌, ଗିରିଜାଶଙ୍କର ରାୟ ମେମୋରିଆଲ୍‌, କିର୍ତ୍ତନ ବିହାରୀ ପଟ୍ଟନାୟକ ମେମୋରିଆଲ୍ ଓ ଓତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିପରି ୪ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ତାଙ୍କର ବାପା ଡା. କିଶୋର ଚନ୍ଦ୍ର ମିଶ୍ର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ବେଳେ ମା କଳ୍ପନା ମିଶ୍ର ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ଇପ୍‌ସିତାଙ୍କ ଭାଇ ଅଂଶୁମାନ ମିଶ୍ର ୨୦୧୫ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଆଇଆରପିଏସ୍ (ଇଣ୍ଡିଆନ ରେଲୱେ ପର୍ସନେଲ ସର୍ଭିସ)। ଏବେ ରେଳ ବିଭାଗ ନାଗପୁରରେ ଡିଆରଏମ୍ ଅଛନ୍ତି। ଇପ୍‌ସିତା ସଫଳତାର ସମସ୍ତ ଶ୍ରେୟ ତାଙ୍କ ମା’ କଳ୍ପନା ମିଶ୍ର ଏବଂ ବାପା କିଶୋର ମିଶ୍ରଙ୍କୁ ଦେଇଛନ୍ତି। ସେ କେନ୍ଦ୍ରାପଡା ସେଣ୍ଟ ଜୋସେଫ୍ ସ୍କୁଲରୁ ପାଠପଢା ଆରମ୍ଭ କରି ୟୁନିଟ- ୮ ଡିଏଭି ପବ୍ଲିକ ସ୍କୁଲରୁ ସଫଳତା ସହ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହେବାପରେ ରମାଦେବୀ କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ଇପ୍‌ସିତା ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଜୁକେଶନରୁ ବିଏଡ୍ ମଧ୍ୟ କରିଛନ୍ତି। ଭବିଷ୍ୟତରେ ଇଂରାଜୀ ବିଭାଗରେ ପ୍ରଫେସର ହେବେ ବୋଲି ଲକ୍ଷ ରଖିଥିବା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଓଡିଶାର ପିଲାଙ୍କୁ ଉଚ୍ଚମାନର ଇଂରାଜୀ ଶିକ୍ଷା ଦେବା ପାଇଁ ସେ ଲକ୍ଷ ରଖିଛନ୍ତି। ଏହି ସଫଳତା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଗର୍ବ ଓ ଗୌରବକୁ ବହୁଗୁଣିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.