Home ଅପରାଧ କଟକରେ ପୋଲିସର ଏନକାଉଣ୍ଟର

କଟକରେ ପୋଲିସର ଏନକାଉଣ୍ଟର

111

କଟକ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): କଟକରେ ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଛି। ଆଜି ଭୋର ସମୟରେ ବୁଦ୍ଧିଆ ଜାତୀୟ ଆଇନ ବିଦ୍ୟାଳୟ ଦେଇ ଯାଉଥିବା ଖବର ପାଇ ପୋଲିସ ତା ପିଛା କରୁଥିଲା। ହେଲେ ସେ ପୋଲିସ ଉପରକୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା । ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଗୁଳିମାଡରେ କନେଷ୍ଟବଳ ବିଶ୍ୱଜିତ ସାମନ୍ତରାୟ ଆହତ ହୋଇଛନ୍ତି। ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.