Home ଓଡ଼ିଶା ସେବାୟତଙ୍କ ସହାୟତା ରାଶିର ଅର୍ଥର ହେରଫେର ଅଭିଯୋଗ

ସେବାୟତଙ୍କ ସହାୟତା ରାଶିର ଅର୍ଥର ହେରଫେର ଅଭିଯୋଗ

119

ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସେବାୟତ କଲ୍ୟାଣ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରଯାଇଥିବା ପାଂଚ ହଜାର ଟଙ୍କା ସହାୟତା ରାଶି ରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପାଣିଆ ସେବାୟତ ନିଯୋଗ। ନିଯୋଗର ପ୍ରାୟ ୨୪ ଜଣ ସେବାୟତ ପ୍ରତ୍ୟହ ନୀତିକ୍ରାନ୍ତି କରୁଥିବା ବେଳେ ସାତ ଜଣ ସହାୟତା ରାଶି ପାଇଥିବା ଜଣାଯାଇଛି। ମାତ୍ର ଅର୍ଥ ପାଇନଥିବା ସେବାୟତ ଙ୍କ ନାମରେ ଅନ୍ୟ କେହି ଅର୍ଥ ହେରଫେର କରିଥିବା ସଂପୃକ୍ତ ସେବାୟତ ନିଯୋଗ ପକ୍ଷରୁ ଅଭିଯୋଗ ଅଣାଯାଇଥିବା ବେଳେ ୨୪ ଜଣ ଙ୍କ ପରିବର୍ତେ ୩୫ ଜଣଙ୍କ ନାମ ଶ୍ରୀ ମନ୍ଦିର ତାଲିକାରେ ରହିଛି। ତେବେ ଏସଂକ୍ରାନ୍ତ ରେ ଶ୍ରୀ ମନ୍ଦିର ପ୍ରଶାସନ ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.