Home ଓଡ଼ିଶା ଆଜି ମା’ଙ୍କ ମହାନବମୀ ପୂଜା

ଆଜି ମା’ଙ୍କ ମହାନବମୀ ପୂଜା

124

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ଜଗତ ଜନନୀ ମା ଦୁର୍ଗାଙ୍କ ମହାନବମୀ । ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା ଅଟେ। ଏଥିପାଇଁ ଆଜି ସକାଳୁ ଦେବୀଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତି ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା ଚାଲିଛି । ବିଭିନ୍ନ ପୂଜାମଣ୍ଡ ପରେ ମା ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଏହାସହ ପୂଜାମଣ୍ଡପ ଗୁଡିକର ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କୁ ଆକୃଷ୍ଟ କରୁଛି । ସେପଟେ ବିଭିନ୍ନ ଦେବୀପୀଠରେ ଆଜି ବିଜୟା ଦଶମୀ ପାଳନ କରାଯାଉଛି । ପୀଠ ମାନଙ୍କରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.