Home ଜିଲ୍ଲା ପରିକ୍ରମା ଆଗରପଡ଼ା ମହୋତ୍ସବର ଦ୍ୱିତୀୟ ସଂଧ୍ୟା, ରୋଜାଲିନ୍ ଓ ଜିତେନ୍ଦ୍ର ସଂଳ୍ପାପରେ ଦର୍ଶକ ବିମୋହିତ

ଆଗରପଡ଼ା ମହୋତ୍ସବର ଦ୍ୱିତୀୟ ସଂଧ୍ୟା, ରୋଜାଲିନ୍ ଓ ଜିତେନ୍ଦ୍ର ସଂଳ୍ପାପରେ ଦର୍ଶକ ବିମୋହିତ

7

ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳର ସଂସ୍କୃତି ଓ ପରମ୍ପରା ମହାନ, ଏହାକୁ ନେଇ ଆମେ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ମେଳା ମହୋତ୍ସବ ମାନ ଆୟୋଜନ କରି ବହୁ ଲୋକଙ୍କ ସମାଗମ କରିବାରେ ଏକ ସ୍ୱତନ୍ତ୍ର ମଜା ରହିଥାଏ ବୋଲି ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ଦ୍ୱିତୀୟ ସଂଧ୍ୟ୍ୟାରେ ଅତିଥିମାନେ କହିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ପରିଚାଳନାରେ ସଭାପତି ହାଇକୋର୍ଟର ଆଇନଜୀବି ମନୋଜ ରାୟ ସଭାପତିତ୍ୱ କରିଥିଲେ । ସାଂସ୍କୃତିକ ସଭାରେ ମୁଖ୍ୟ ଆକର୍ଷଣ ତରଙ୍ଗ ଚ୍ୟାନେଲ ମାୟା, ଜୀ ସାର୍ଥକର ‘ମା ଯାହାର ସାହା’ ଧାରାବାହିକର ଅଭିନେତ୍ରୀ ରୋଜାଲିନ ଏବଂ ଇ ଟିଭିର ‘ଅପା’ ଧାରାବାହିକର ଅଭିନେତା ଜିତେନ୍ଦ୍ର ତାଙ୍କ ବକ୍ତବ୍ୟରେ ବରପୁତ୍ରଙ୍କ ଜନ୍ମ ମାଟିରେ ମହୋତ୍ସବ ଆୟୋଜନର ଏକ ସ୍ୱତନ୍ତ୍ରତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବଡ଼ମହିଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ମହୋତ୍ସବ କମିଟିର ସାଂସ୍କୃତିକ ସମ୍ପାଦିକା ମମତା ମହାନ୍ତି, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡ଼ ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟିରେ ମହୋତ୍ସବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ପ୍ରାରମ୍ଭରେ ସାମ୍ବାଦିକ ଜିତେନ୍ଦ୍ର ଶତପଥି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଉପଦେଷ୍ଟା ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଧାରାବାହିକ ଅଭିନେତା ଦ୍ୱୟଙ୍କୁ ଉତ୍ତରୀୟ, ମାନପତ୍ର ପ୍ରଦାନ ପୂର୍ବକ କମିଟିର ଉପଦେଷ୍ଠା ରବିନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ଧଳ, ହରମୋହନ ପଣ୍ଡା, ଗୋଲକ ପୃଷ୍ଟି ପ୍ରମୁଖ ସମ୍ବର୍ନ୍ଧନା ଦେଇଥିଲେ । ଉପସ୍ଥିତ ଥିବା ହଜାରେ ସଂଖ୍ୟାରେ ଦର୍ଶକଙ୍କୁ ସଂଳ୍ପାପ ଓ ନୃତ୍ୟରେ ରୋଜାଲିନ ଓ ଜିତେନ୍ଦ୍ର ବାନ୍ଧି ରଖିଥିଲେ । ଶେଷରେ ସମ୍ବଲପୁରରୁ ଆସିଥିବା ମହୋନି ନୃତ୍ୟ ଦଳ ପକ୍ଷରୁ ସାସ୍କୃତିକ ସଂଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । ମହୋତ୍ସବ କମିଟିର ହିମାଶୁଂ ଶେଖର ସାହୁ, ବିଶ୍ୱରଞ୍ଜନ ପଣ୍ଡା, ଦୀପକ ପୁରୀ, ଚିତ୍ତରଞ୍ଜନ ଦାଶ, ନିତ୍ୟାନନ୍ଦ ସିଂହ, ପ୍ରଜ୍ଞା ପ୍ରିୟଦର୍ଶନୀ କଟୁଆଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.