Home ଜିଲ୍ଲା ପରିକ୍ରମା ପ୍ରକୃଷ୍ଠ କଳା ଉପାସକ ଥିଲେ ରଘୁନାଥ ପଣ୍ଡା, କଳାତୀର୍ଥରେ ସ୍ମୃତି ଉତ୍ସବ

ପ୍ରକୃଷ୍ଠ କଳା ଉପାସକ ଥିଲେ ରଘୁନାଥ ପଣ୍ଡା, କଳାତୀର୍ଥରେ ସ୍ମୃତି ଉତ୍ସବ

4

ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ନାଟ୍ୟ ପରମ୍ପରାର ଯୁଗସ୍ରଷ୍ଟା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ବାର୍ଷିକ ସ୍ମୃତି ଉତ୍ସବ ଭଦ୍ରକ ନିକଟସ୍ଥ କଳାତୀର୍ଥ ଆନନ୍ଦବଜାର ଠାରେ ଆଜି ପାଳିତ ହୋଇଯାଇଛି । ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସ୍ମୃତି ସଂସଦର ସଭାପତି ଶିକ୍ଷାବିତ୍ ବାଇଧର ବିଶ୍ୱାଳ ଏଥିରେ ପୌରୋହିତ୍ୟ କରିଥିଲେ । ଭଂଜ ସାହିତ୍ୟର ଗବେଷକ ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ନାଟ୍ୟ ଗବେଷକ ସହୀଦ ସ୍ମୃତି ମହାବିଦ୍ୟାଳୟର ଅଧ୍ୟାପକ ଡ. ମୁରଲୀଧର ।ତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଟ୍ୟାଚାର୍ଯ୍ୟଙ୍କ ସୁଦୀର୍ଘ ନାଟ୍ୟ ଜୀବନ ଉତ୍କଳର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଦିମନ୍ତ କରିଥିବାବେଳେ ତାଙ୍କର ସାମଗ୍ରିକ ଜୀବନଚର୍ଯ୍ୟାକୁ ଆଲୋକପାତ କରି ତାଙ୍କୁ କଳାର ପ୍ରକୃଷ୍ଠ ଉପାସକ ବୋଲି ଅଭିହିତ କରିଥିଲେ । ସ୍ମୃତି ସଂସଦର ସଂପାଦକ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ସୋରୋ କଳାକାର ମହାସଂଘର ସଂପାଦକ ଗଂଗାଧର ବେହେରା, ଆମ କଲମର ସଂପାଦକ ନାଟ୍ୟସାଥୀ ସାରଥୀ ପଣ୍ଡା, ଆନନ୍ଦବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, କୃଷି ବୈଜ୍ଞାନିକ କବି ଅରୁଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଳାକାର କାଳନ୍ଦୀ ମଲ୍ଲିକ ମଂଚ ନିମନ୍ତ୍ରଣ କରିଥିବାବେଳେ ଅଧ୍ୟାପକ ମିଲନ ପଣ୍ଡା ବେଦପାଠ କରିଥିଲେ । ସାମ୍ବାଦିକ ବୈକୁଣ୍ଠନାଥ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସଂଗୀତକାର ହୃଦୟନାଥ ସାହୁ ଏବଂ ରାମ ନାରାୟଣ ପଣ୍ଡା ସଂଗୀତ ପରିବେଷଣ କରିଥିଲେ । କବି ଗଂଗାଧର ନାୟକ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସଂଗୀତକାର ସୁବାଷ ଚନ୍ଦ୍ର ମଲ୍ଲିକ, ବରିଷ୍ଠ କଳାକାର ଯୋଗେନ୍ଦ୍ର ପରିଡା, ପ୍ରଫୁଲ୍ଲ ସେଠୀ, ନିରଞ୍ଜନ ମଲ୍ଲିକ, ଫକୀର ମୋହନ ସାହୁ, ବିନୋଦ ଜେନା, ଜଗନ୍ନାଥ କର, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ରଘୁନାଥ ବିଶ୍ୱାଳ, ବଂଶୀଧର ଦାଶ, ଶିକ୍ଷାବିତ୍ ହେମନ୍ତ କୁମାର ଜେନା, କୈଳାସ ମଲ୍ଲିକ, ନନ୍ଦକିଶୋର ସାହୁ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । ସାହିତ୍ୟିକ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.