Home ଜିଲ୍ଲା ପରିକ୍ରମା ପୁଲିସ ପ୍ରଶାସନ ଓ ଦୋଳ ମେଲଣ କମିଟି ପ୍ରସ୍ତୁତି ବୈଠକ

ପୁଲିସ ପ୍ରଶାସନ ଓ ଦୋଳ ମେଲଣ କମିଟି ପ୍ରସ୍ତୁତି ବୈଠକ

11

ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ପରିସରରେ ସୋମବାର ସନ୍ଧ୍ୟାରେ ତିହିଡ଼ି ପୁଲିସ ପ୍ରଶାସନ ଓ ଦୋଳ ମେଲଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଦୋଳ ମେଲଣ କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେନେଇ ପୋଲିସ ଓ ମେଲଣ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ମେଲଣରେ ଡିଜେ ବଜାଇବା ପାଇଁ ଅନୁମତି ଦେବାକୁ କମିଟିର କେତେକ କର୍ମକର୍ତ୍ତା ଅନୁରୋଧ କରିଥିଲେ । କିନ୍ତୁ ପୁଲିସ ପ୍ରଶାସନ ଡିଜେ ବଜାଇବାକୁ ମନା କରିଥିଲା । ତେବେ ଧୀର ଶବ୍ଦରେ ଡିଜେ ବଜାଇବାକୁ ବୈଠକରେ ସ୍ଥିର ହୋଇଥିଲା । ତିହିଡ଼ି ଥାନା ଅଞ୍ଚଳରେ ପରମ୍ପରା ଅନୁଯାୟୀ ଏତିହାସିକ କାଳିମେଘା, ତିହିଡି, ଝାଡପଟା, କୋହ୍ଲ, ବାରୋ, ବୋଡକ, ମୂଷାଙ୍ଗ, ପାଳିଆବିନ୍ଧା ଇତ୍ୟାଦି ସ୍ଥାନରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥାଏ । ଦୋଳ ବିମାନସବୁ ନିର୍ଦ୍ଧାରିତ ସମୟରେ ନମ୍ବର ଅନୁଯାୟୀ ଶୋଭାଯାତ୍ରାରେ ମେଲଣ ପଡିଆରେ ପ୍ରବେଶ କରିଥାନ୍ତି । ମେଲଣ ସ୍ଥଳରେ ବିଭିନ୍ନ ଅଞ୍ଚଳର ବହୁ ଲୋକଙ୍କର ସମାଗମ ହୋଇଥାଏ ।

ତେବେ ମେଲଣ ସମୟରେ କମିଟିର କର୍ମକର୍ତ୍ତା ସଜାଗ ରହିଲେ ପୋଲିସର ସହଯୋଗରେ ମେଲଣ ସୁଚାରୁ ରୂପେ ସମ୍ପନ୍ନ ହୋଇପାରିବ ବୋଲି ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କହିଥିଲେ । ମେଲଣ ସମୟରେ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ ଚେତାବନୀ ଦେଇଥିଲେ । ଏସଆଇ ଅରୁନ୍ଧତୀ ବେହେରାଙ୍କ ସଞ୍ଚାଳନରେ ଅନୁଷ୍ଠିତ ବୈଠକରେ କାଳିମେଘା ମେଳନ କମିଟି ପକ୍ଷରୁ ବାଣୀକଲ୍ୟାଣ ମହାପାତ୍ର, ଗଣେଶ ପ୍ରସାଦ ନାୟକ, ଚିନ୍ତାମଣି ଦାସ, ସୁରେଶ ମହାପାତ୍ର, କୀର୍ତ୍ତନ ଚନ୍ଦ୍ର ରାଉତ, ଅପୂର୍ବ ଦାସ, ଅଜୟ ରାଉତ, ଉମାକାନ୍ତ ଦାସ, ରତିକାନ୍ତ ଦାସ, ପୀତାମ୍ବର ସେଠୀ, ନାରାୟଣ ନାୟକ, ସୁଧାଂଶୁ ମହାଳିକ, ଲକ୍ଷ୍ମୀଧର ତ୍ରିପାଠୀ ତିହିଡ଼ି ମେଳନ କମିଟି ପକ୍ଷରୁ ଶଚ୍ଚିକାନ୍ତ ନାୟକ, ପ୍ରଭାତ ରାଉଳ, କୋହ୍ଲ ମେଳନ କମିଟି ପକ୍ଷରୁ ବିନୋଦ ବିହାରୀ ସାହୁ, ପ୍ରଦୀପ ସାହୁ, ଝାଡ଼ଫଟା ମେଳନ କମିଟି ପକ୍ଷରୁ ନିହାରକାନ୍ତ ଶତପଥି, ରଘୁନାଥ ମହାନ୍ତି, ମନୋଜ କୁମାର ପାଢ଼ୀ, ଦାଶରଥି ମହାପାତ୍ର, ବାରୋ ମେଳନ କମିଟି ପକ୍ଷରୁ ପ୍ରତାପ ମହାଳିକ, ସମୀର ଦାସ, ବୋଡ଼କ ମେଳନ କମିଟି ପକ୍ଷରୁ ପ୍ରଶାନ୍ତ ଖୁଣ୍ଟିଆ, ଦେବ୍ରତ ଭଂଜ, ପାଳିଆବିନ୍ଧା ମେଳନ କମିଟି ପକ୍ଷରୁ ଦିଲୀପ ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.