Home ଜିଲ୍ଲା ପରିକ୍ରମା ଆଗକୁ ପଂଚାୟତ ନିର୍ବାଚନ ; ନୂତନ ପଂଚାୟତ ଗୃହ ନିର୍ମାଣ ସରିଲାନି

ଆଗକୁ ପଂଚାୟତ ନିର୍ବାଚନ ; ନୂତନ ପଂଚାୟତ ଗୃହ ନିର୍ମାଣ ସରିଲାନି

97

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ନୂତନ ଗ୍ରାମପଂଚାୟତ ଗୁଡ଼ିକ ହେଲା ପୁରୁଷଣ୍ଢ ପଂଚାୟତକୁ ଭାଗକରାଯାଇ ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ, କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ବଡ଼ବର୍ଚ୍ଚିକୟାଁ ପଂଚାୟତ ଓ ଅଣିଜୋ ପଂଚାୟତକୁ ଭାଗକରାଯାଇ ଚାରିଗାଁ(ଚକ୍ରାପାଢୀ) । ନୂତନ ପଂଚାୟତ ଗଠନ ହେବାର ଇତି ମଧ୍ୟରେ ୫ବର୍ଷ ବିତିବାକୁ ବସିଲାଣି ଏବଂ ପୁଣି ଏକ ପଂଚାୟତ ନିର୍ବାଚନ ଆସିଲାଣି ତଥାପି ଆଜି ପର୍ଯ୍ୟନ୍ତ ପଂଚାୟତଗୁଡ଼ିକର ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇନପାରିବା ପରିତାପର ବିଷୟ ହୋଇଛି । ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୩୩ ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା । ୨୦୧୮ ମସିହା ଜାନୁୟାରୀ ୬ ତାରିଖରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ଅବଧି ସରିବା ପରେ ସୁଦ୍ଧା ରାଜନୈତିକ ଆକ୍ରୋଶ ଯୋଗୁଁ ଆଜି ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ଗୃହ ନିମାଁଣ ହୋଇପାରିଲା ନାହିଁ । ସେହିପରି ବଡ଼ବର୍ଚ୍ଚିକୟାଁ ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୩୩ଲକ୍ଷ ୭୦ହଜାର ଟଙ୍କା ମଂଜୁର ହୋଇଥିଲା । କିନ୍ତୁ ବିଦ୍ୟାଳୟ ନିମନ୍ତେ ସଂରକ୍ଷିତ ସ୍ଥାନରେ ପଂଚାୟତ ଗୃହ ନିର୍ମାଣ ହୋଇଥିବାରୁ ବହୁ ବାଦାନୁବାଦ ଭିତରେ ଉକ୍ତ ଗୃହ ନିର୍ମାଣ ସରିଥିଲେ ସୁଦ୍ଧା ସରକାରୀ ସ୍ତରୀୟ ଘୋଷଣା କରାଯାଇନାହିଁ । ଚାରିଗାଁ (ଚକ୍ରାପାଢୀ)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣକୁ ନେଇ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିଲା । ପରେ ଏହାର ସ୍ଥାୟୀ ସମାଧାନ କରାଯାଇ ଗତ ମାର୍ଚ୍ଚ ମାସ ୧୦ତାରିଖରେ ନୂତନ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା । ଏହା ବର୍ତ୍ତମାନ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ଚକ୍ରାପାଢୀ ପ୍ରାଥମିକ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ପଂଚାୟତ କାର୍ଯ୍ୟାଳୟ ଚାଲୁରହିଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଉକ୍ତ ଗୃହ ସଂପୂର୍ଣ୍ଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.