Home ଜିଲ୍ଲା ପରିକ୍ରମା ୱାନ୍‌ଷ୍ଟପ୍ ସେଣ୍ଟର ପକ୍ଷରୁ ଆଡ୍‌ଭୋକେସି ଉଇଥ୍ ପୁଲିସ ଅନୁଷ୍ଠିତ

ୱାନ୍‌ଷ୍ଟପ୍ ସେଣ୍ଟର ପକ୍ଷରୁ ଆଡ୍‌ଭୋକେସି ଉଇଥ୍ ପୁଲିସ ଅନୁଷ୍ଠିତ

19

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଦ୍ୱାରା ପରିଚାଳିତ ୱାନ୍ ଷ୍ଟପ୍ ସେଣ୍ଟର ସଖୀ ତରଫରୁ ବାସୁଦେବପୁର ଠାରେ ଆଡ୍‌ଭୋକେସି ଉଇଥ୍ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇ ଯାଇଛି । ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ୱାନ୍ ଷ୍ଟପ୍ ସେଣ୍ଟରର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏହାର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ପୁଲିସ ଓ ସଖୀର ମିଳିତ ସହଯୋଗରେ ମହିଳା ନିର୍ଯାତନା ଓ ଘରୋଇ ହିଂସାକୁ କିପରି ରୋକାଯାଇ ପାରିବ ସେଥିରେ ରହିଥିବା ପୁଲିସର ଭୂମିକାକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଭଦ୍ରକ ୱାନ୍ ଷ୍ଟପ ସେଣ୍ଟରର ସେଣ୍ଟର ଆଡ୍‌ମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା, ଫ୍ୟାମିଲି କାଉନ୍‌ସେଲିଂ ସେଣ୍ଟରର କାଉନସେଲର ମଧୁସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ୱାନ୍ ଷ୍ଟପ ସେଣ୍ଟର ମାଧ୍ୟମରେ କେଉଁ ସବୁ ସମସ୍ୟାର ସମାଧାନ ହୋଇ ପାରିବ ତାହା ଆଲୋଚନା କରିବା ସହିତ ୨୦୧୯ ମସିହାରୁ ଆଜିଯାଏ ଏହା ମାଧ୍ୟମରେ କେତେ ମାମଲାର ସମାଧାନ ହୋଇଛି ତାହାର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ପୁଲିସ ଅଧିକାରୀ, ଆଇନଜୀବୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.