Home ଜିଲ୍ଲା ପରିକ୍ରମା ୟାସ୍ କ୍ଷତିଗ୍ରସ୍ତ ୨୫୦ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ମାକରପତ୍ର

ୟାସ୍ କ୍ଷତିଗ୍ରସ୍ତ ୨୫୦ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ମାକରପତ୍ର

21

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୟାସ୍ ବାତ୍ୟା ସମୟରେ ସମଗ୍ର ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିଶେଷଭାବେ ଚାନ୍ଦବାଲି ବ୍ଲକ ଏଥିରେ ସବୁଠାର ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପଶାସନ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା । ସେହି ଅନୁଯାୟୀ କ୍ଷତିପୂରଣ ଅର୍ଥରାଶୀ ମଧ୍ୟ ଆସିଥିଲା । କିନ୍ତୁ ଚାନ୍ଦବାଲି ବ୍ଳକରେ ୟାସ ବାତ୍ୟା ପିଡ଼ିତଙ୍କୁ କ୍ଷତିପୂରଣ ରାଶୀ ଦେବା ସମୟରେ ବ୍ୟାପକ ଅନିୟମିତତା ହୋଇଛି । ଏପ୍ରକାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ବ୍ଲକର ତେନ୍ତୁଳିଡିହ ଗ୍ରାମ ପଞ୍ଚାୟତର ବହୁ ଦଳିତ ପରିବାର । ଏହି ମର୍ମରେ ସେମାନେ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ଜିଲ୍ଲା ଏସ.ସି. ସେଲର ଉପାଧ୍ୟକ୍ଷ ରଂଜନ ଯେନାଙ୍କ ନେତୃତ୍ୱରେ ସୁରେସ ଦାସ, ଯଶୋଦା ମଲିକ, ସୁରେନ୍ଦ୍ର ମଲିକ, ମଧୁସ୍ମିତା ରାଉତ୍‌, ରାଜକିଶୋର ପାତ୍ର, ଗଜେନ୍ଦ୍ର ମଲିକଙ୍କ ସମେତ ବହୁ ଦଳିତ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ଗତ ୟାସ୍ ବାତ୍ୟାରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । କିନ୍ତୁ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ସମୟରେ ସ୍ୱଛତା ରକ୍ଷା କରାଗଲା ନାର୍ହି । ବ୍ଲକ ପ୍ରଶାସନ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟ ରଖି ୨ଶହରୁ ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତଙ୍କ ନାମ ଉକ୍ତ କ୍ଷତିଗ୍ରସ୍ତଙ୍କ ତାଲିକାରୁ କାଟି ଦେଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀ କ୍ଷତିପୂରଣ ରାଶୀ ହାତେଇ ନେଇଛନ୍ତି । ବାରମ୍ବାର ଏହି ପ୍ରସଙ୍ଗରେ ଚାନ୍ଦବାଲି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ଶରଣାପନ୍ନ ହୋଇ ସେମାନେ ନ୍ୟାୟ ଭିକ୍ଷା କରିଥିବା ଗଣମାଧ୍ୟମକୁ କହିଛନ୍ତି । ତେଣୁ ବାସ୍ତବ କ୍ଷତିଗ୍ରସ୍ତଙ୍କ ଚିହ୍ନଟ କରି କ୍ଷତିପୂରଣ ରାଶୀ ଦେବାକୁ ସେମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.