Home କେନ୍ଦ୍ରାପଡ଼ା ଆକସ୍ମିକ ଅଗ୍ନିକାଣ୍ଡରେ ୪ଟି ପରିବାରର ଘରପୋଡି

ଆକସ୍ମିକ ଅଗ୍ନିକାଣ୍ଡରେ ୪ଟି ପରିବାରର ଘରପୋଡି

22

କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଆକସ୍ମିକ ଅଗ୍ନିକାଣ୍ଡରେ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ମୁସଲିମ ବସ୍ତିର ୪ଟି ପରିବାରର ବାସଗୃହ ପୋଡି ପାଉଁଶ ହୋଇଯାଇଛି। ଗତ ଶନିବାର ରାତିରେ ବିଦ୍ୟୁତ ସଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଫକିରାବାଦର ସ୍ୱର୍ଗତ ସେକ ଅବଦୁଲ କାହିରଙ୍କ ପତ୍ନୀ ମେହେରୁନା ବିବି, ସେକ କରିମ, ସେକ ରିହାନ ଓ ସେକ ଉମ୍ରାନ ପ୍ରଭୃତି ୪ଟି ପରିବାରଙ୍କ ବାସଗୃହ ସମେତ ଏକ ଭୁଷାମାଲ ଦୋକାନ ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୫ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟରେ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଖବରପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.