Home ଓଡ଼ିଶା ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ପାଞ୍ଚ ମହଲା କୋଠା ଭୁଷୁଡ଼ିଲା – ଅନେକ ଦବି ରହିଛନ୍ତି

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ପାଞ୍ଚ ମହଲା କୋଠା ଭୁଷୁଡ଼ିଲା – ଅନେକ ଦବି ରହିଛନ୍ତି

132

ମୁମ୍ବାଇ ଅଗଷ୍ଟ ୨୪, (ଓଡିଆ ପୁଅ) ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ସୋମବାରଦିନ ଏକ ବହୁତଳ ବିଶିଷ୍ଟ କୋଠା ଭୁଶୁଡି ପଡିଛି। ବହୁ ମହଲା କୋଠାର ଆବର୍ଜନା ତଳେ ଅନେକ ଲୋକ ଫସି ରହିଥିବାର ଭୟ କରାଯାଉଛି। ଏହି ଘଟଣା ରାୟଗଡ ଜିଲ୍ଲାର ମହଦ ସହରରେ ଘଟିଛି।

ANI ଅନୁଯାୟୀ ତିନୋଟି ଟିମ୍ NDRF ଘଟଣାସ୍ଥଳରେ ପହଁଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ଏକ ସପ୍ତାହ ତଳେ ରାଜ୍ୟରେ ଏହା ଦ୍ୱିତୀୟ ଘଟଣା। ଅଗଷ୍ଟ ୧୮ ରେ, ମୁମ୍ବାଇର ବାନ୍ଦ୍ରାସ୍ଥିତ ରିଜଭି କଲେଜ ନିକଟରେ ଥିବା ଏକ ଖାଲି କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.