Home ଅପରାଧ ଅଶ୍ଲୀଳ ମ୍ୟାସେଜ ପାଇଁ ଯୁବକ ଗିରଫ

ଅଶ୍ଲୀଳ ମ୍ୟାସେଜ ପାଇଁ ଯୁବକ ଗିରଫ

192

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାରେ ଜୈନିକ ଯୁବତୀଙ୍କୁ ଫେସବୁକରେ ଅଶ୍ଳୀଳ ମ୍ୟାସେଜ କରି ଶେଷରେ ଯୁବକକୁ ଜେଲ ଯିବାକୁ ପଡିଛି । କୋରାଇ ଥାନା ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ଜୈନିକା ଯୁବତୀ ତାଙ୍କୁ ଜଣେ ଯୁବକ ବାରମ୍ବାର ଅଶ୍ଲୀଳ ମ୍ୟାସେଜ ପଠାଇବା ସହ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୨୯୫/୧୯ ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିଲା । ବିଂଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳ ଗ୍ରାମର ନିରୋଦ ଚନ୍ଦ୍ର ରାଉତଙ୍କ ପୁଅ ଜିତେନ୍ଦ୍ର ପ୍ରସାଦ ଏହି ମାମଲାରେ ଅଭିଯୁକ୍ତ ଜାଣି ପୁଲିସ ତାକୁ ଗିରଫ କରିଛି । ପୁଲିସ ଆଜି ଜିତେନ୍ଦ୍ରକୁ ଦଫା ୫୦୦, ୫୦୬, ୫୦୯ ଆଇପିସି ଆରଡ୍ଲ୍ୟୁ ସେକସନ ୬୬(ସି) ୬୭ ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.