Home ଅପରାଧ ଅପହୃତା ଉଦ୍ଧାର;ଅପହରଣକାରୀ କୋର୍ଟ ଚାଲାଣ

ଅପହୃତା ଉଦ୍ଧାର;ଅପହରଣକାରୀ କୋର୍ଟ ଚାଲାଣ

131

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ପୁଲିସ ଆଜି ଜୈନିକ ଅପହରଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅପହୃତା ନାବାଳିକାକୁ ଉଦ୍ଧାର କରିଛି । କୋରାଇ ଥାନା ପଚ୍ଛିକୋଟ ପଞ୍ଚାୟତର ଗଉରାପାଳ ଗ୍ରାମର ଜୈନିକ ନାବାଳିକା ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏନେଇ ଏକ ମାମଲା ୨୯୯/୧୯ ରୁଜ୍ଜୁ କରି ତଦନ୍ତ ଜାରି ରଖଥିଲା । ଗଉରାପାଳ ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ତାଙ୍କ ପଡୋଶୀ ଘରକୁ ଯିବାକୁ କହି ଆଉ ଘରକୁ ଫେରିନଥିଲା । ତାକୁ ବହୁ ଖୋଜାଖୋଜି ପରେ ନପାଇବାରୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅପହୃତାକୁ ଉଦ୍ଧାର କରିବା ସହ ଅପହରଣକାରୀ ସେହି ଗ୍ରାମର ମହେଶ୍ୱର ଖଟୁଆଙ୍କ ପୁଅ ସୁରେଶକୁ ଗିରଫ କରି ଦଫା ୩୬୩,୩୨୩,୩୫୪,୩୪ ଆଇପିସି ଓ ପୋସ୍କୋ ଆକ୍ଟରେ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.