Home ଜିଲ୍ଲା ପରିକ୍ରମା ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଂଟ ଉଦ୍ ଘାଟିତ

ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଂଟ ଉଦ୍ ଘାଟିତ

113

ଯାଜପୁର୨୦ା୧(ଓଡିଆ ପୁଅ) ମାଳଆନ୍ଦପୁର ପଂଚାୟତ ଅନ୍ତର୍ଗତ ନମିଟିକରି ଗ୍ରାମର ବାବା ସ୍ୱପ୍ନେଶ୍ୱର ଖେଳ ପଡଇଆରେ ଦ୍ୱିତୀୟ ବାର୍ଷିକ ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ ଘାଟିତ ହୋଇଛି । ଏହି ଉଦ୍ ଘାଟିନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ଧଳ, ସରପଂଚ ବିଶ୍ୱନାଥ ସ୍ୱାଇଁ, ସମିତିସଭ୍ୟ ରାଜକିଶୋର ସ୍ୱାଇଁ, ଜିଲ୍ଲାପରିଷଦ ପ୍ରତିନିଧି ଦୈତାରୀ ଧଳ, ବିଡିଓ ସୌରଭ ଚର୍କବର୍ତି, ପୂର୍ବତନ ସମିତିସଭ୍ୟ ବାବାଜି କବି, ସୁଦର୍ଶନ ସାମଲ, ଶତୃଘ୍ନ ମହୀ, ୱାର୍ଡ ସଭ୍ୟ ଅଜୟ କୁମାର ଦଳାଇ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଂଟ ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ୟାଚ ମଂଜୁରୀ ରୋଡ ବନାମ ନୂଆହାଟ ଜାବରା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜାବରା ବିଜୟୀ ହୋଇଥିଲା ।

 

ଦ୍ୱିତୀୟ ମ୍ୟାଚ ଜହ୍ନକୋଣା ବନାମ ବଜରପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଜରପଡା ଟସ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯୨ ରନ ସଂଗ୍ରହ କରିଥିଲା । ଜବାବରେ ଜହ୍ନାକୋଣା ୧୦ଓଭରରେ ସମସ୍ତ ୱିକେଟ ହରାଇ ୮୪ରନ କରି ପରାଜୟ ବରଣ କରିଥିଲା । ଏଡି ମ୍ୟାଚକୁ ଅଜୟାନନ୍ଦ କବି ଓ ହେରମ୍ବ ନାରାୟଣ ସାମଲ ପରିଚଳାନା କରିଥିବା ବେଳେ ସୌରପ୍ରତାପ ରାୟ ଧାରାବିବରଣୀ ପ୍ରଦାନ କରିଥିଲେ । ସୁବର୍ଣ୍ଣ ମୁଖି କ୍ଲବ ପକ୍ଷରୁ ଗୌରାଙ୍ଗ ମହୀ, ପ୍ରଫୁଲ୍ଲ ସାମଲ, ସୁବ୍ରତ ବାରିକ, ଅଜୟ ସାମଲ, ଚନ୍ଦ୍ରଶେଖର କବି, ବିଭୂତିଭୂଷଣ କବି, ପ୍ରକାଶ ବାରିକ, ଦଶରଥ ବାରିକ, ବିନାୟକ ସାମଲ, ଶରତ ଜେନା, ବିକ୍ରମ ମହୀ, ଅବିନାଶ ବିଶ୍ୱାଳ, ଶ୍ରୀନିବାସ କବି, ସୁଶାନ୍ତ ଦଳେଇ, ସୁନିଲ ଦଳେ. ସୁଶାନ୍ତ କବି, ଦିବାକର କବିଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.