Home ଓଡ଼ିଶା ଅଟୋକୁ ଧକ୍କା ଦେଲା ବୋଲେରୋ: ଜଣେ ମୃତ ୩ଗୁରୁତର: ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ

ଅଟୋକୁ ଧକ୍କା ଦେଲା ବୋଲେରୋ: ଜଣେ ମୃତ ୩ଗୁରୁତର: ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ

121

ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଡୁଗୁଡି ଠାରେ ଏକ ଅଟୋକୁ ସାମନା ପଟୁ ଧକ୍କା ଦେଲା ବୋଲେରୋ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ ଆଡାସକୁପା ଗ୍ରାମର କିଶୋର ପ୍ରଧାନ (୩୫) ହୋଇ ଥିବା ଘୁ.ଉଦୟଗିରି ପୁଲିସ ପ୍ରକାଶ କରିଛି। ଆହତମାନେ ହେଲେ ସାଗରୀକା ମଲିକ (୨୧) ଏବଂ ଅନ୍ୟ ଦୁଇ ଜଣକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରା ଯାଇ ଥିବା ଘୁ. ଉଦୟଗିରି ପୁଲିସ ସୂଚନା ଦେଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଓଡ଼ି-୧୨ ସି-୨୬୨୬ ନମ୍ବର ବୋଲେରୋ କଳିଙ୍ଗା ଠାରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିଲା।

ଏହି ସମୟରେ ଓଡ଼ି-୦୭ ଏଫ୍ -୧୭୯୮ନମ୍ବର ଅଟୋ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରିରୁ କଳିଙ୍ଗା ଅଭିମୁଖେ ଯାଉଥିଲା। ଏତିକି ବେଳେ ଡୁଗୁଡି ଠାରେ ବୋଲେରୋ ଦ୍ରୁତ ଗତିରେ ଆସି ଅଟୋକୁ ସାମନା ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣକର ମୃତ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଉପସ୍ଥିତ ଥିବା ଲୋକ ଆହତଙ୍କୁ ଉଦ୍ଧାର କରି ଥିଲେ। ଖବର ପାଇ ଆମ୍ବୁଲାନ୍ସ ମୃତଦେହ ଏବଂ ଗୁରୁତର ଆହତଙ୍କୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା। ଘୁ.ଉଦୟଗିରି ପୁଲିସ ଘଟଣା ସ୍ଥଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.