Home ଓଡ଼ିଶା ଭୀମସାର ଡାକ୍ତରଙ୍କ ନାଁ ରେ ଅଭିଯୋଗ

ଭୀମସାର ଡାକ୍ତରଙ୍କ ନାଁ ରେ ଅଭିଯୋଗ

135

ସମ୍ବଲପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରରେ ଡାକ୍ତର ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ସମ୍ବଲପୁର ଜିଲ୍ଲା ଭିମସାର ବୁର୍ଲା ଡାକ୍ତରଖାନାରୁ ଆସିଛି। ତେବେ ସୂଚନା ଅନୁସାରେ, ଗତ ୧୩ ତାରିଖରେ ମେଡ଼ିକାଲର ଦନ୍ତ ବିଭାଗରେ ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାାର କରାଯାଇଥିଲା। ହେଲେ ଅସ୍ତ୍ରୋପଚାର ପୂର୍ବରୁ ଯେଉଁ ସବୁ ଗାଇଡ଼ ଲାଇନ୍ ଅନୁସରଣ କରିବା କଥା ତାହା ଏଠାରେ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହି ଅପରେସନ୍ କରିବା ପରେ ସମ୍ପୃକ୍ତ ଡାକ୍ତର ଅନ୍ୟ ୧୨ ଜଣ ରୋଗୀଙ୍କର ମଧ୍ୟ ଅପରେସନ୍ କରିଥିଲେ। ଯାହାଦ୍ବାରା ଅନ୍ୟ ରୋଗୀଙ୍କୁ ଏଚଆଇଭି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଦନ୍ତ ବିଭାଗ ବନ୍ଦ କରାଯାଇ ଷ୍ଟେରିଲାଇଜେସନ୍ କରାଯାଇଛି। ବିଭାଗୀୟ ମୁଖ୍ୟ ସଂପୃକ୍ତଙ୍କ ଡାକ୍ତରଙ୍କ ବିରୋଧରେ ତଦନ୍ତ ପାଇଁ ଭୀମସାର ଡିନ୍ ଓ ଅଧ୍ୟକ୍ଷକଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ସେପଟେ ଅଭିଯୋଗକୁ ସଂପୃକ୍ତ ଡାକ୍ତର ଖଣ୍ଡନ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.