Home ଓଡ଼ିଶା ବୁଲବୁଲ୍ ପାଇଁ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ସହାୟତା ଘୋଷଣା

ବୁଲବୁଲ୍ ପାଇଁ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ସହାୟତା ଘୋଷଣା

250

କେନ୍ଦ୍ରର ବୁଲ୍ବୁଲ୍ ସହାୟତା ପାଇଁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ଭୁବନେଶ୍ୱର, ଡିସେମ୍ବର ୦୩ (ଓଡ଼ିଆ ପୁଅ) – ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କ ଆବଶ୍ୟକତାକୁ ସର୍ବଦା ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୫୫୨ କୋଟି ଟଙ୍କା ରାଜ୍ୟ ସରକାରଙ୍କର ବୁଲବୁଲ ସ୍ଥିତିକୁ ଭଲରେ ଅନୁଧ୍ୟାନ କରିବାରେ ତଥା ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଜୀବନଜୀବିକାର ପୁନଃଉଦ୍ଧାର କାର୍ଯ୍ୟରେ ସହାୟକ ହେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.