Home ଅପରାଧ ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟ, ୨ ଲୁଟେରା କୋର୍ଟ ଚାଲାଣ

ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟ, ୨ ଲୁଟେରା କୋର୍ଟ ଚାଲାଣ

165

ଭୁବନେଶ୍ୱର/ଯାଜପୁର୨୭ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିବା ୨ ଲୁଟେରାକୁ ପାଣିକୋଇଲି ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ଧଳା ରଙ୍ଗର ସ୍ୱିପ୍ଟ କାର, ନଗଦ ୬୨ହଜାର ୨୮୦ଟଙ୍କା, ସୁନା ମୁଦି, ହଲେ ଶାଙ୍ଖି, ଗୋଟିଏ ଗୁପ୍ତି, ଗୋଟିଏ ଛୁରି, ୩ଟି ମୋବାଇଲ, ତିନୋଟି ଟଙ୍କା ଭର୍ତି ଏୟାର ବ୍ୟାଗ ଜବତ କରିଛି । ଏନେଇ ଏକ ମାମାଲା ୨୦୮/୧୯ ଦଫା ୪୦୯,୪୧୭, ୪୧୯, ୪୨୦, ୧୨୦(ବି) ଆଇପିସି ଆର/ଡବ୍ଲ୍ୟୁ ସେକସନ ୨୫ ଆର୍ମ ଆକ୍ଟରେ କେଶ କରାଯାଇଛି । ଲୁଟେରା କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ କୋଇଡିଖୋଲ ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ ପ୍ରୀୟ ରଂଜନ ନାୟକ ଓରଫ କୁନା (୩୫) ଓ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କୁନ୍ଦଳ ଗ୍ରାମର ନଟବର ସାମଲଙ୍କ ପୁଅ ଅକ୍ଷୟ ଓରଫ ଧକନ(୩୮)କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଆଜି ପାଣିକୋଇଲି ଥାନାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ôଷ ଅଧିକ୍ଷକ ଜୟୀରାମ ସତପଥି ଓ ଥାନାଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ସୂଚନା ମୁତାବକ ଅଭିନବ ଉପାୟରେ ଏହି ୨ଠକ ଲୋକମାନଙ୍କ ସହିତ ବନ୍ଧୁତା ତିଆରି କରିବା ପରେ ଅର୍ଥର ଲୋଭ ଦେଖାଇ ଠକିଥାନ୍ତି । ପ୍ରଥମେ ଆମେ ସନା ମହାକୁଡ ଲୋକ କହିଥାନ୍ତି । ବିମୁଦ୍ରିକରଣ ଯୋଗୁ ବହୁ ଶହେ ଟଙ୍କିଆ ନୋଟ ରହିଯାଇଛି । ଯେଉଁମାନେ ଯେତେ ଟଙ୍କା ଦେବେ ତାର ଦୁଇ ଗୁଣ ମିଳିବ । କିନ୍ତୁ ଅତିକମରେ ୫ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ ଦେବା ଦରକାର । ଏଭଳି ଭାବେ ଲୋକମାନଙ୍କୁ କହିବାପରେ ଯିଏ ଟଙ୍କା ଦେଲା ତା ଠାରୁ ଟଙ୍କା ନେବା ପରେ ଏକ ବାକ୍ସ ଦିଆଯାଇଥାଏ । ଏହି ବାକ୍ସ ନେଇ ଘରେ ଖୋଲିବା ପରେ ତା ମଧ୍ୟରୁ ଉପରେ ଥିବା ୭ଶହ ଟଙ୍କା ମିଳିଥାଏ । ତଳକୁ ତଳ କେବଳ କାଗଜ ମିଳେ । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ରାଇପୁର ଗ୍ରାମର ଉଦୟନାରାୟଣ ବିଶ୍ୱାଳଙ୍କ ସ୍ତ୍ରୀ ଶାନ୍ତିଲତାଙ୍କ ଠାରୁ ୫ ଲକ୍ଷ ଟଙ୍କା ପାଣିକୋଇଲିରେ ନେବା ପରେ ତାକୁ ଏକ ଟଙ୍କା ବାକ୍ସ ଦିଆଯାଇଥିଲା । ମାତ୍ର ସେ ଘରେ ଖୋଲିବା ପରେ ଉପରେ ଖାଲି ଟଙ୍କା ଥିଲା । ତଳେ କାଗଜ ଦେଖିବା ପରେ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲ । ଅନ୍ୟ ଜଣକୁ ଏଭଳି ଲୁଟ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ସୂଚନା ପାଇଁ ସେମାନଙ୍କ ପିଛା କରି ପାଣିକୋଇଲିରୁ ଉପରୋକ୍ତ ୨ ଜଣକୁ ଗିରଫ କରିବା ସହ ତାଙ୍କ ନିକଟରୁ ଉପରୋକ୍ତ ସମସ୍ତ ଲୁଟ ସାମଗ୍ରି ଜବତ କରିଥିଲା । ପରେ ତାଙ୍କ ଘରେ ଚଢାଉ କରି ନଗଦ ଟଙ୍କା, ସୁନା ଗହଣା ଓ ବ୍ୟାଙ୍କ ପାସବୁକ ଜବତ କରିଥିଲା । ତଦନ୍ତରୁ ଜଣାପଡିଛି ସେମାନଙ୍କକର ସନା ମହାକୁଡ ସହିତ ସେମାନଙ୍କ କୌଣସି ସର୍ମ୍ପକ ନାହିଁ । ଗତ ୨୦୧୮ ମେ ୩୦ତାରିଖ ଉକ୍ତ ଠକ ଏନ୍ୟ ଜଣେ ମହିଳାଙ୍କ ଠାରୁ ଏଭଳି ଅଭିନବ ଭାବେ ୯ଲକ୍ଷ ୮୦ ହଜାର ଟଙ୍କା ଠକିନେଇଥିବାର ଅଭିଯୋଗ ହେବା ସହ ୭୯/୧୮ ମାମଲା ରୁଜ୍ଜୁ ହୋଇଥିଲା । କିନ୍ତୁ ସେମାନେ ଧରାପଡିନଥିଲେ । ଏଭଳି ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ପ୍ରୀୟରଂଜନ ତାଙ୍କ ଗ୍ରାମରେ ଏକ ସାଇ ମନ୍ଦିର ନିର୍ମାଣ କରି ନିଜକୁ ଜଣେ ଧାର୍ମିକ ବ୍ୟକ୍ତି ଭାବେ ପ୍ରତିପାଦ କରୁଥିଲା । ଏହି ଗ୍ୟାଙ୍ଗରେ ଆହୁରି କେତେକଙ୍କ ସମ୍‌ୃକ୍ତି ଥିବା ଅନୁମାନ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ପୁଣି ଅଧିକ ତଦନ୍ତ ପାଇଁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.