Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ରେଳ କର୍ମଚାରୀ କୈଳାଶ ନାୟକଙ୍କ ପରଲୋକ

ଅବସରପ୍ରାପ୍ତ ରେଳ କର୍ମଚାରୀ କୈଳାଶ ନାୟକଙ୍କ ପରଲୋକ

25

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଚରମ୍ପା ବରାଳ ପୋଖରୀ ଅର୍ନ୍ତଗତ ନୂଆପୋଖରୀ (ୱାର୍ଡ଼ ନଂ ୩)ଗ୍ରାମ ନିବାସୀ କୌଳାଶ ନାୟକଙ୍କର ୭୨ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସୂଚନା ଅନୁଯାୟୀ ସ୍ୱର୍ଗତ ନାୟକ ଆଜି ନିଜ ବାସଭବନରେ ବାଲ୍ୟବନ୍ଧୁ ବିନୋଦ ବିହାରୀ ସାହୁ ,ମାଧବାନନ୍ଦ ନାୟକ ଓ ଧମନ୍ତ୍‌ୀ ପୁଷ୍ପଲତା ନାୟକଙ୍କ ସହିତ ବାର୍ତ୍ତାଳାପ କରୁଥିବା ସମୟରେ ହଠାତ୍ ହୃତଘାତରେ ଅସୁସ୍ଥତା ଅନୁଭବ କରିଥିଲେ । ପରିବାରବର୍ଗ ତାଙ୍କୁ ସଂଗେ ସଂଗେ ଡ଼ାକ୍ତରଖାନାକୁ ଚିକିସ୍‌ôା ପାଇଁ ନେଇ ଯାଇଥିଲେ । ଡ଼ାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ଭାଇ ନରେଶ ନାୟକ, ପରେଶ ନାୟକ ପୁତ୍ର ପତିତପାବନ ନାୟକ, ଚାରି ଝିଅ ସମେତ ଅନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ୩ନମ୍ବର ସମେତ ନିଜ ଗ୍ରାମ ନୂଆ ପୋଖରୀ ପରିକ୍ରମା କରାଯାଇଥିଲା । ସ୍ୱର୍ଗତ ନାୟକ ରେଳବାଇ ଖୋର୍ଦ୍ଧା ଡ଼ିଭିଜନ ପାଇଲଟ ଭାବେ କାର୍ଯ୍ୟ କରି ୨୦୧୩ ମସିହା ଅବସର ନେଇଥିଲେ । ଶ୍ରୀ ନାୟକ ରେଳ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ରେଳବାଇ ପଦସ୍ଥ ଅଧିକାରୀଙ୍କ ଠାରୁ ବହୁବାର ପୁରସ୍କୃତ ହୋଇଛନ୍ତି । ତେବେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ । ସେ ଏକ ପରୋପକାରୀ , ଦୟାଳୁ ,ମିଷ୍ଠଭାସୀ ଧର୍ମପରାୟଣ ଲୋକ ରୂପେ ବେସ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅନ୍ତିମ ଯାତ୍ରା ସମୟରେ ବହୁ ରେଳ କର୍ମଚାରୀଙ୍କ ସମେତ ପୁର୍ବତନ କାଉନସିଲର ଲକ୍ଷ୍ମୀଧର ନାୟକ,ରେଳବାଇ ପୋଲିସ ସଞ୍ଜୟ ମହାପାତ୍ର ,ସାମ୍ବାଦିକ ରମେଶ ପାଗଳ,ବିଜୁ ବିଶ୍ୱାଳ,ସଞ୍ଜୟ ନାୟକ,ରବିନ୍ଦ୍ର ପଲେଇ,କମଳାକାନ୍ତ ନାୟକ,ଶୁଭେନ୍ଦୁ ବେହେରା,କାମେଶ୍ୱର ସାମଲଙ୍କ ସମେତ ବହୁ ବରାଳପୋଖରୀବାସୀ ତାଙ୍କ ବାସଭବନକୁ ଯାଇ ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.