Home କେନ୍ଦୁଝର ଶୈଳବାଳା ଫାଉଣ୍ଡେସନ, ବାବା ଧବଳେଶ୍ୱର ୟୁଥ କ୍ଲବ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ଶୈଳବାଳା ଫାଉଣ୍ଡେସନ, ବାବା ଧବଳେଶ୍ୱର ୟୁଥ କ୍ଲବ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

107

ହାଟଡ଼ିହି, ୮ /୨/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଶୈଳବାଳା ଫାଉଣ୍ଡେସନ, ବାବା ଧବଳେଶ୍ୱର ୟୁଥ କ୍ଲବ ଶଙ୍ଖୋ ଏବଂ ଆମ ଓଡିଶା ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶଙ୍ଖୋ ୟୁଜିଏମଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ସଂଯୋଜକ କିଶୋର ଆଚାର‌୍ୟ୍ୟ, ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକ, ଓ ବାବା ଧବଳେଶ୍ୱର ୟୁଥ କ୍ଲବର ଶାନ୍ତନୁ କୁମାର ବେଦାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଇଞ୍ଚୋଳ ପଞ୍ଚାୟତର ବିଜେଡି ସଭାପତି ତଥା ଯୁବ ସମାଜସେବୀ ଅଭିମନ୍ୟୁ ସେଠୀ, ରକ୍ତ ଭଣ୍ଡାରର ଡାକ୍ତର ବିଘ୍ନେଶ କୁମାର ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ୩୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଡାକ୍ତର ବିଘ୍ନେଶ କୁମାର ଦାସ, ଏଲ.ଟି ବସନ୍ତ କୁମାର ନାୟକ, ଷ୍ଟାଫନର୍ସ ସ୍ୱାଗତିକା ମହାନ୍ତ, ଆସିଷ୍ଟାଣ୍ଟ ଅଶୋକ ସୁର, ନୀଳମାଧବ ମୁଖୀ, ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । କମଳ ଲୋଚନ ସା, ଛାତ୍ର ନେତା ଉମାକାନ୍ତ ପଣ୍ଡା, ଶଶାଙ୍କ ଶେଖର ସେନାପତି, ବସନ୍ତ ନାୟକ, ସଞ୍ଜିବ ନାୟକ, ଶ୍ରୀଧର ସା, ପ୍ରଭାତ ପାତ୍ର, ସରୋଜ ନାୟକ, ନବକିଶୋର ରାଉତ, ମନୋରଞ୍ଜନ ଦାସ, କାହ୍ନୁ ଚରଣ ଜେନା, କଳ୍ପତରୁ ଦାସ, ଅକ୍ଷୟ ବେହେରା, ନିମାଇଁ ଜେନା, ମନ୍ମଥ ବେଦାନ୍ତ ପ୍ରମୁଖ ଶିବର ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ ଶରତ କୁମାର ପାତ୍ର, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ, ଇଞ୍ଚୋଳ ପଞ୍ଚାୟତର ନାୟବ ସରପଞ୍ଚ ବିଜୟ କୁମାର ମହାପାତ୍ର, ସମ୍ବାଦିକ ଦେବବ୍ରତ ବେହେରା, ଅଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଶରତ କୁମାର ପାତ୍ର, ମୃତ୍ୟୁଞ୍ଜୟ ସେଠୀ, ମନୋଜ କୁମାର ବନ୍ଧ, ମହେଶ୍ୱର ସେଠୀ, ଜିତେନ୍ଦ୍ର ରାଉତ, ଶାନ୍ତନୁ କୁମାର ବେଦାନ୍ତ, ରତ୍ନାକର ବାରିକ, ଅରୁପାନନ୍ଦ ବେହେରା, ରଞ୍ଜନ କୁମାର ଜେନା, ଧୁସାଶାନ ବେହେରା, ମଣିଚରଣ ଜେନା, ସୁମନ୍ତ କୁମାର ଜେନା, ସୌମ୍ୟ ରଞ୍ଜନ ପହି, ଲଲାଟେନ୍ଦୁ ନାୟକ, ଦେବାଶିଷ ପହି, ଶଙ୍କର୍ଶଣ ଜେନା, ବିଶ୍ୱରଞ୍ଜନ ପଳତା, ଜ୍ଞାନ ରଞ୍ଜନ ମହାନ୍ତି, ଦେବାଶିଷ ବେଦାନ୍ତ, ଦୀନବନ୍ଧୁ ପଳତା, ଡମ୍ବରୁଧର ଓଝା, ରଞ୍ଜନ କୁମାର ପାତ୍ର, ମନୋରଞ୍ଜନ ଓଝା, ଉମାକାନ୍ତ ଶଙ୍ଖୁଆ, ତପନ କୁମାର ମହାକୁଡ, ଅଦୈତ କୁମାର ମହାପାତ୍ର, ପଦ୍ମନାଭ ନାୟକ, ସରୋଜ କୁମାର ନାୟକ, ପ୍ରଭାତ କୁମାର ପାତ୍ର,ରାଜକିଶୋର ସାହୁ, ରାଜୀବ କୁମାର ନାୟକ, ନିମାଇଁ ଚରଣ ଜେନା, ମନୋରଞ୍ଜନ ଦାସ, ରଙ୍ଗାଧର ଦାସ, ପ୍ରକାଶ କୁମାର ଜେନା, ଭକ୍ତ ଚରଣ ଜେନା ପ୍ରମୁଖ ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.