Home ଜିଲ୍ଲା ପରିକ୍ରମା ଭଦ୍ରକର ଟାଇପିଷ୍ଟ ଏବଂ ମୋହରିର ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଭଦ୍ରକର ଟାଇପିଷ୍ଟ ଏବଂ ମୋହରିର ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

23

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ଭଦ୍ରକ ପ୍ରଫେସନାଲ ଟାଇପିଷ୍ଟ ଓ ମୋହରିର ସଂଘର ସଭାପତି ସ୍ୱର୍ଗତ ଅକ୍ଷୟ କୁମାର ନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଶୋକସଭାରେ ମୋହରିର ସଂଘର ମଣ୍ଡଳ ସଂପାଦକ ଉମାକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ସହ ସଂପାଦକ ରାମଚନ୍ଦ୍ର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶୋକସଭାରେ ଓକିଲ ସଂଘର ସଭାପତି ଦିଲ୍ଲୀପ୍ କୁମାର ମହାପାତ୍ର, ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଆଇନ୍‌ଜୀବୀ ରାଧା ଦାସ, ନିଶିକାନ୍ତ ନାୟକ, ବେଣୁଧର ମଲ୍ଲିକ, ରାଜୀବ୍ ବାରିକ୍‌, ଗୋପବନ୍ଧୁ ଦିକ୍ଷିତ୍ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅକ୍ଷୟ ନାୟକ ଜଣେ କର୍ତ୍ତବ୍ୟ ପରାୟଣ, ଦାୟିତ୍ୱ ସମ୍ପର୍ଣ୍ଣ, ମିଷ୍ଟଭାଷୀ ଟାଇପିଷ୍ଟ ଭାବରେ ତାଙ୍କର ଅଗାଧ ସୁନାମ ରହିଥିଲା ବୋଲି ପ୍ରକାଶ କରିଥିଲେ । ହଠାତ୍ ତାଙ୍କର ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି ବୋଲି ମତପ୍ରକାଶ ପାଇଥିଲା । ସେହିପରି ଟାଇପିଷ୍ଟ ସଂଘର ସମ୍ପାଦକ ଅନନ୍ତ ଚରଣ ପାତ୍ର, ସହ ସମ୍ପାଦକ କମଳାକାନ୍ତ ବେହେରା, କୋଷାଧ୍ୟକ୍ଷ ଗୌରାଙ୍ଗଚନ୍ଦ୍ର ସାହୁ, ଚନ୍ଦ୍ରମଣି ନାୟକ, ଯଯାତି କୁମାର ଦାସ,ହରିହର ମୁଦୁଲି, ନିର୍ମଳ ପରିଡ଼ା, ଆସଫ ହୋସେନ୍‌, ରଞ୍ଜନ କୁମାର ପତି, ଅଶୋକ ପଣ୍ଡା, ଜୟନ୍ତ ଦତ୍ତ,ଦୋଳଗୋବିନ୍ଦ ଦାସ, ଲୋକନାଥ ଦେ, ଦୀନବନ୍ଧୁ ପାତ୍ର ଏବଂ ମୋହରିର ସଂଘର ଅଜୟ କୁମାର ମହାପାତ୍ର, ଆନନ୍ଦ ଚନ୍ଦ୍ର ବେହେରା, ଅଶୋକ ସାହୁ ପ୍ରମୁଖ ତାଙ୍କର ବକ୍ତବ୍ୟରେ ସ୍ୱର୍ଗତ ନାୟକଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଆଜି ଦିନକ ପାଇଁ ତାଙ୍କୁ ସମ୍ମାନ ଜଣାଇ ସମସ୍ତ ଟାଇପିଷ୍ଟ କାର୍ଯ୍ୟ ବନ୍ଦକରାଯାଇଥିଲା । ସ୍ୱର୍ଗତ ନାୟକଙ୍କ ଅବର୍ତ୍ତମାନରେ ତାଙ୍କର ସହଯୋଗ, ସଦିଛା ଓ ପ୍ରେରଣାକୁ ମନେପକାଇ ଆଗାମୀ ଦିନରେ ତାଙ୍କର କାର୍ଯ୍ୟଧାରାକୁ ଅନୁସରଣ କରିବାକୁ ଟାଇପିଷ୍ଟ ସଂଘର କର୍ମକର୍ତ୍ତାମାନେ ଶପଥ ନେଇଥିଲେ । ଶେଷରେ ମୋହରିର ସଂଘର ସଂପାଦକ ନିଶାକର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ଶୋକ ସଭାରେ ବହୁ ବଳିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀ, ସମସ୍ତ ମୋହରିର, ଭେଣ୍ଡର ଏବଂ ଟାଇପିଷ୍ଟ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.