Home ଜିଲ୍ଲା ପରିକ୍ରମା “ଅଫେରା ଅତୀତ ପୁସ୍ତକ ଲୋକାର୍ପିତ”, ଅନୁଭୂତିଲବ୍ଧ ଚିନ୍ତାଧାରାରୁ ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି

“ଅଫେରା ଅତୀତ ପୁସ୍ତକ ଲୋକାର୍ପିତ”, ଅନୁଭୂତିଲବ୍ଧ ଚିନ୍ତାଧାରାରୁ ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି

23

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନୁଭୂ୍‌ତିଲବ୍ଧ ଚିନ୍ତାଧାରାକୁ କେନ୍ଦ୍ରକରି ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି ହୋଇଥାଏ । ସେହି ଭିତ୍ତିଭୂମିରେ ଯେଉଁ ଅସ୍ତିତ୍ୱ ଉକୁଟେ, ତାହା ସହିତ ପାଠକ/ପାଠିକା ନିଜକୁ ମିଶାଇ ଦିଅନ୍ତି ବୋଲି ‘ଅଫେରା ଅତୀତ’ପୁସ୍ତକ ଉନ୍ମୋଚନ ଉତ୍ସବ ଅବସରରେ ବିଶିଷ୍ଟ ଗବେଷକ ଓ ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ଓ ତିହିଡ଼ି ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ଏଠାକାର ସାଳନ୍ଦୀ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପ୍ରାବନ୍ଧିକ ଭଗବାନ ଚନ୍ଦ୍ର ନାୟକଙ୍କ ଜୀବନୀ ପୁସ୍ତକ ‘ଅଫେରା ଅତୀତ’ ଉନ୍ମୋଚିତ ହୋଇଛି । ଏହି ଉତ୍ସବରେ ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ନିର୍ଦ୍ଦେଶକ ବିଜୟ ନାୟକ ପୁସ୍ତକ ଉନ୍ମୋଚନ କରି ପୁସ୍ତକଟିରୁ ଲେଖକ ଭଗବାନ ନାୟକଙ୍କର ବିଦ୍‌ବତ୍ତା ସୂଚିତ ହେଉଛି ବୋଲି କହିଥିଲେ । ସମୀକ୍ଷକ ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଯୋଗଦେଇ ଜୀବନକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବାରେ ସୁପରିଚିତ କବି ଓ ପ୍ରାବନ୍ଧିକ ଶ୍ରୀଯୁକ୍ତ ନାୟକଙ୍କର ଭାବବେଗ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶ୍ରମ ସଂସ୍ଥାପକ ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳ ଓ ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ରାମନାରାୟଣ ଯୋଗ ଦେଇ ଶ୍ରୀଯୁକ୍ତ ନାୟକ ଜୀବନକୁ ଅତି ନିକଟରୁ ଦେଖିବା ସହିତ ଘଟିଯାଉଥିବା ବାସ୍ତବତାକୁ ଆପଣାର କରିନେବାରେ ସିଦ୍ଧହସ୍ତ । ତାଙ୍କର ଭାଷା ଓ ଶୈଳୀ ଅତ୍ୟନ୍ତ ସରଳ ଓ ସାବଲୀଳ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠାନର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆବାହନ ଓ ରୋଟାରିଆନ ଅତୀଶ୍ କୁମାର ବେହେରା ପ୍ରାକ୍ ସୂଚନା ଦେଇଥିଲେ । ତିହିଡ଼ି ଲେଖକ ସାମୁଖ୍ୟ ତରଫରୁ କବି କୈଳାସ ବେହେରା, କବି ନୀଳମାଧବ ସେନାପତି ଓ କବି ରାଜୀବ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ବିଜୟ କୁମାର ବହଳୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ସୁରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.