Home ଜିଲ୍ଲା ପରିକ୍ରମା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି, ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ପୀଡ଼ିତାଙ୍କୁ ୭ ଲକ୍ଷ...

ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି, ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତିପୂରଣ

6

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବତୀଙ୍କୁ ଅପହରଣ ଓ ବାଙ୍ଗାଲୋରରେ ରଖି ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ ମିନତି କୁମାରୀ ପଣ୍ଡା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ। ଏଥି ସହିତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରବାକୁ ଆଦେଶ ଦେଇଛନ୍ତି। ପ୍ରକାଶ ଯେ ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଗ୍ରାମର ଜଣେ ଯୁବତୀ୨୦୨୧ ମସିହା ମେ ମାସ ୨ ତାରିଖ ଦିନ ବାସୁଦେବପୁର ଯାଇ ଆଉ ଘରକୁ ଫେରି ନଥିଲେ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନ ପାଇ କଶିଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ପରେ ଜଣା ପଡ଼ିଥିଲା ଯେ ସେହି ଗ୍ରାମର ମନୋଜ ପ୍ରଧାନ ନାମକ ଜଣେ ଯୁବକ ଝିଅକୁ ଅପହରଣ କରି ନେଇ ବାଙ୍ଗାଲୋର ନେଇ ଯାଇଛି। ପୋଲିସ ସେତେବେଳେ ଥାନାରେ କେସ୍ ନଂ ୫୯/୨୧ ଭାରତୀୟ ପିଙ୍ଗଳ କୋଡ଼ର୍ର ଧାରା ୩୬୩, ୩୬୬, ୩୭୬ (୨)(ଏନ୍‌) ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରିଥିଲା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାର ହେବା ପରେ ମାନ୍ୟବର କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ତୁଷାରକାନ୍ତି ଜେନା ମକଦ୍ଦମା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଅଧିବକ୍ତା ଶରତ ଚନ୍ଦ୍ର ମହାପାତ୍ର ଓ ନିଶିକାନ୍ତ ନାୟକ ମକଦ୍ଦମା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.