Home ଜିଲ୍ଲା ପରିକ୍ରମା ଅପରେସନ ସବୁଜ ଜହର,ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ୮୮୩କୋଟି୭ଲକ୍ଷ ୯ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ

ଅପରେସନ ସବୁଜ ଜହର,ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ୮୮୩କୋଟି୭ଲକ୍ଷ ୯ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ

116

ମାଲକାନଗିରି,୩୧ । ୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଅପରେସନ ସବୁଜ ଜହର ଆରମ୍ଭ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଘଚଂ ଜଙ୍ଗଲ ପାହଡ ତଳେ ଥିବା ପ୍ରାୟ୧୦ହଜାର ହେକ୍ଟରରୁ ଉର୍ଦ୍ଦ ସରକାରି ଜମିରେ ସବୁଜ ଜହର ର ବେଆଇନ ଗଜେଂଇ ଚାଷ ହୋଇଥିବା ବେଳେ ଏହି ବେଆଇନ ଗଜେଂଇ ଚାଷକୁ ନଷ୍ଟକରିବା ଓ ରୋକିବାପାଇଁ ି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନକରାଯାଇ ବିଭିନ୍ନ ଅଚଂଳରେ ନିୟମିତ ଭାବେ ଚଢାଉ ଚାଲିଛି । ଗତ୨୦୧୯ନଭେମ୍ବର ମାସ ଠାରୁ ୨୦୨୦ ଜାନୁଆରୀ ମାସ ୨୮ତାରିଖ ମଧ୍ୟରେ ଜିଲ୍ଲାର ଚିତ୍ରକୋଣ୍ଡା,ଓରକେଲ,ମାଲକାନଗିରି, ମାଥିଲି,କାଲିମେଳା ଥାନା ଅଚଂଳ ସହ ସ୍ୱାଭିମାନ ଅଚଂଳ,ମାଓପ୍ରବଣ ବଡଡୁରାଲ,ବଣ୍ଡାଘାଟି, ମାଡକାପଦର,ଗୁମାଝରନ,ସରିଗଗୁଡା,ଗୋଜିଆଗୁଡା,ପାଖନାଗୁଡା,ସିମାକୁଣ୍ଡା ର ବିଭିନ୍ନ ଅପହଁଚ ଇଲାକାରେ ବେଆଇନଭାବେ ହୋଇଥିବା ୫୪୨୯ଏକର ଗଜେଂଇ ଚାଷଉପରେ ଚଢାଉ କରାଯାଇ ୮୮୩୭୯୦୦ ଗଜେଂଇ ଗଛ କଟାଯାଇ ପୋଡିନଷ୍ଟ କରିଦିଆ ଯାଇଛି, ଏହାର ସରକାରି ମୂଲ୍ୟ ୮୮୩କୋଟି ୭ଲକ୍ଷ ୯ହଜାର ଟଙ୍କାହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ବିଶେଷ କରି କେବଳ ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୪୦୨୧ ଏକର ଜମିରୁ ୬୭୩୫୫୦୦ଗଜେଂଇ ଗଛ ପୋଡି ନଷ୍ଠକରା ଯାଇଛି, ଏହାର ମୂଲ୍ୟ୬୭୩କୋଟି୫୫ଲକ୍ଷଟଙ୍କା ହୋଇଥିବା ବେଳେ ପୁଲିସ ଓ ଅବକାରୀ,ବନବିଭାଗର ମିଳିତ ଚଢଉରେ ୧୪୦୮ ଏକର ଜମିରୁ ୨୧୦୨୪୦୦ ଗଜେଂଇ ଗଛକୁ ପୋଡି ନଷ୍ଠକରିଦିଆ ଯାଇଛି, ଏହାର ମୂଲ୍ୟ ୨୧୦କୋଟି୨୪ହଜାରଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ବେଆଇନ ଗଜେଂଇ ଚାଷ ପୋଡି ନଷ୍ଠକରିବା ଓ ଚୋରାଗଜେଂଇ ଚାଲାଣ କୁ ରୋକିବା ପାଇଁ ଜିଲ୍ଲାଅବକାରୀ ବିଭାଗ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ବୋଲି ଜିଲ୍ଲା ଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.