Home ଓଡ଼ିଶା କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍‌ବିବିଏସ୍‌ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ

କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍‌ବିବିଏସ୍‌ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ

208

ବାଲିଗୁଡା,୩୧-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର କନ୍ଧମାଳ ଜିଲା ଫୁଲବାଣୀରେ ଜଣେ ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି।

ସେ ଚୀନରେ ରହି ଏମ୍‌ବିବିଏସ୍‌ କରୁଥିବା ବେଳେ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ। ସେବେଠାରୁ ଥଣ୍ଡାକାଶ ଲାଗି ରହିଥିବାରୁ ତାଙ୍କଠାରେ ଏହି ଭୂତାଣୁ ଥିବା ସନ୍ଦେହ କରି ସେ ସ୍ବାସ୍ଥ୍ୟ ପରୀକ୍ଷା କରିବା ନେଇ ସିଡିଏମ୍‌ଓଙ୍କୁ ଚିଠି ଲେଖିଥିଲେ। ଏହା ପରେ ଯୁବକଙ୍କୁ ଏସ୍‌ସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏହାଛଡ଼ା ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲାପାଳଙ୍କ କୋର କମିଟି ବୈଠକ ଡାକିଥିଲେ। ଏହି ବୈଠକରେ କନ୍ଧମାଳ ସିଡିଏମ୍‌ଓ, ଜିଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ୍‌ଓ, ଜିଲା ଶିକ୍ଷାଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.