Home ଜିଲ୍ଲା ପରିକ୍ରମା ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

250

ଯାଜପୁର ୨୭ ।୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଦିଗରେ ସରକାର ବିଭିନ୍ନ ଯୋଜନା  ପ୍ରଣୟନ କରିଛନ୍ତି । ତାହାର ସୁଫଳ ଯେଭଳି ସେହି ଲୋକମାନେ ପାଇ ପାରିବେ ସେଥିପାଇଁ  ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସାଂସଦ ସର୍ମିଷ୍ଠା ସେଠୀ ଆହ୍ୱାନ ଦେଇଛନ୍ତି ।  ଶୁକ୍ରବାର  ଜିଲ୍ଲାପାଳଙ୍କ  ସମ୍ମିଳନୀ ଗୃହରେ ଅନୁସୂଚୀତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ  ଆଇନର ଧାରା-୧୭ ଅନୁଯାୟୀ ଜିଲ୍ଳ୍‌ା ସ୍ତରୀୟ ଜାଗରୁକତା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀମତୀ ସେଠୀ  ଆଇନଜିବୀ ମାନଙ୍କୁ ଅନୁସୂଚୀତ ଜାତି ଜନଜାତିର ବିବିଧ ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯିବାର ବ୍ୟବସ୍ଥା ଅଚ୍ଥି ।  ତେବେ ଅନେକ  ବ୍ଳ୍‌କରେ ଏହି ସ୍ଥାନ ଖାଲି ଥିବାରୁ ନ୍ୟାୟ ପ୍ରକ୍ରିୟା ବିଳମ୍ୱିତ ହେଊଚ୍ଥି ।  ତେଣୁ ଏହାକୁ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ ।  ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ କୋରେଇ ବିଧାୟକ ଅଶୋକ କୁମାର ବଳ ପ୍ରମୁଖ ଯୋଗଦେଇ ସରକାରୀ ଯୋଜନା ଗୁଡିକର ସପଂଳ ରୂପାୟନ ପାଇଁ ଦାୟିତ୍ୱରେ ଥିବା ବିଭାଗ ଗୁଡିକର ଅଧିକାରୀ, କର୍ମଚାରୀ ମାନେ ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।  ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ  ଏଥିରେ ଅଧ୍ୟକ୍ଷତା କରି ଅନୁସୂଚିତ ଜାତି ଓ ଜନ ଜାତିର ବ୍ୟକ୍ତି ମାନଙ୍କ ପାଇଁ ରହିଥିବା ସରକାରୀ ବ୍ୟବସ୍ଥାତ୍କ ସେମାନଙ୍କ ନିକଟରେ ଊପଲବ୍ଧ କରାଇବାକୁ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଆନ୍ତଃର୍ଜାତି ବିବାହ କ୍ଷେତ୍ରରେ ସହାୟତା ରାଶି  ୧ ଲକ୍ଷ ଟଙ୍କା ଲେଖାଏଁ  ପ୍ରଦାନ କରାଯାଉଥିବା ବେଳେ ତା ୧୪ା୯ା୧୭ ରିଖରୁ ଏହା ୨.୫୦ ଲକ୍ଷକୁ ବୃଦ୍ଧି କରାଯାଇଚ୍ଥି  । ଏ କ୍ଷେତ୍ରରେ  ୨୦୧୭ ରେ  ୪୮ ଟି ଦରଖାସ୍ତ ମିଳିଥିବା ବେଳେ ଯାଞ୍ଚ ପରେ ୪୫ ଟି ର ପ୍ରସ୍ତାବ ସରକାରଙ୍କୁ ପଠାଯାଇଥିଲା ।  ସେଥିପାଇଁ ମିଳିଥିବା ୨୨.୧୦ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଚ୍ଥି ।  ସେହିପରି ୨୦୧୮ରେ ୮୦ ଟି ଆବେଦନ ପତ୍ର ମିଳିଥିବା ବେଳେ ଯାଞ୍ଚ କରାଯାଇ ୪୭ ଟିର ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇ ମିଳିଥିବା ୩୧ ଲକ୍ଷ ୩ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଚ୍ଥି ।  ୨୦୧୯ ରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ୭୫ ଟି ଓ ପୂର୍ବ ବର୍ଷର ୩୩ ଟି ଏହିଭଳି ମୋଟ ୧୦୮ ଟି ଆବେଦନ ପତ୍ର ମଧ୍ୟରୁ ୬୪ ଟିର ସୁପାରିଶ କରାଯାଇ ୯୭.୧୦ ଲକ୍ଷ ଟଙ୍କା ମିଳିଥିବା ବେଳେ ୧୭ ଜଣଙ୍କୁ ୬ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଚ୍ଥି ।  ଅନ୍ୟ ମାନଙ୍କ  ଦରଖାସ୍ତକୁ ଅନୁଧ୍ୟାନ କରାଯାଇ ସୁପାରିଶ କରାଯାଊଚ୍ଥି । ନିର୍ଯ୍ୟାତନା ମାମଲାରେ ୨୦୧୭ ରେ ୯୪ ଟି କେଶ ଗ୍ରହଣ କରାଯାଇଥିବା ବେଳେ ୮୪ ଜଣଙ୍କୁ କ୍ଷତି ପୂରଣ ଆକାରରେ ୭୫୫୮୭୫୦ ଟଙ୍କା ପ୍ରଦାନ କରାଯାଇଚ୍ଥି ।  ସେହିପରି ୨୦୧୮ ମସିହାରେ ୧୭୫ ଟି ଆବେଦନ ମଧ୍ୟରୁ ୧୪୨ ଜଣଙ୍କୁ ୯୩୪୨୫୦୦ ଟଙ୍କା ପ୍ରଦାନ କରାଯାଇଚ୍ଥି ।  ୨୦୧୯ ରେ ୧୬୩ ଟି ମାମଲା ମଧ୍ୟରୁ ୧୪୭ ଜଣଙ୍କୁ ୧୪୯୬୮୭୫୦ ଟଙ୍କା କ୍ଷତି ପୂରଣ ଭାବେ ପ୍ରଦାନ କରାଯାଇଚ୍ଥି ।  ଜଙ୍ଗଲ ଅଧିକାର ଆଇନ ବଳରେ ୭୫ ବର୍ଷ ଧରି ଅନୁସୂଚୀତ ଜନଜାତି ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ  ଜମି ପ୍ରଦାନ କ୍ଷେତ୍ରରେ ୧୦୪୬୪ ଗୋଟି ଆବେଦନ ମଧ୍ୟରୁ ୫୧୮୯ ଗୋଟି ଗ୍ରାମ ସଭା ମଂଜୁର କରି ସବ୍‌-ଡିଭିଜନାଲ କମିଟିକୁ ପ୍ରେରଣ କରିଚ୍ଥି ।  ତନ୍ମଧ୍ୟରୁ ୫୧୭୯ ଗୋଟି ଆବେଦନକୁ ସବ୍‌-ଡିଭିଜନ କମିଟି ମଂଜୁର କରି ଜିଲ୍ଳ୍‌ା କମିଟିକୁ ପ୍ରେରଣ କରିଥିବାବେଳେ ଜିଲ୍ଲା କମିଟି ୫୧୬୫ ଟି ମଞ୍ଜୁର କରି ସେମାନଙ୍କୁ ୧୭୨୭.୧୭ ଏକର ଜମି ପଟ୍ଟା ପ୍ରଦାନ କରିଛି ।  ପ୍ରାରମ୍ଭରେ ଜିଲା ମଙ୍ଗଳ ଅଧିକାରୀ ଚେତନା ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟସୂଚୀ ଅନୁଯାଇ ଆଲୋଚନା କରିଥିଲେ ।  ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ସହାୟତା ଦେଊଥିବା ଆଇନଜିବୀ, ବିଧାୟକଙ୍କ ପ୍ରତିନିଧି,  ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତ. ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତିର ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ  ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.