Home ଅପରାଧ ନ୍ୟାୟ ପାଇଁ ଏସପିଙ୍କଦ୍ୱାରସ୍ଥ

ନ୍ୟାୟ ପାଇଁ ଏସପିଙ୍କଦ୍ୱାରସ୍ଥ

365

ଯାଜପୁର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଧବା ମହିଳା ସମେତ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ମାମଲା ପୁଲିସ ନିକଟରେ ହେବା ପରେ ଚାଷ ଜମିରୁ ଧାନ କାଟିନେଲେ ମଧ୍ୟ ପୁଲିସ କାର‌୍ୟ୍ୟାନୁଷ୍ଠାନ ନନେବାରୁ ଶେଷରେ ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି ମନୋରଞ୍ଜନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଥାନା ଅନ୍ତର୍ଗତ ଇଟରା ଗ୍ରାମରେ । ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଇଟିରା ଗ୍ରାମର ଗୋବିନ୍ଦ ନାୟକଙ୍କ ପୁଅ ମନୋରଞ୍ଜନ ପହଂଚି ଧନ ଜୀବନ ସୁରକ୍ଷା ପାଇଁ ଏସପିଙ୍କୁ ଗୁହାରୀ କରିଛନ୍ତି । ପ୍ରକାଶଯେ ମନୋରଂଜନଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ଭଗବାନ ରାଉତ, ଭାଗ୍ୟରବି ରାଉତ, ଗୁରୁ ଚରଣ ରାଉତ ଓ ଶଙ୍କର ରାଉତ ମିଳିତ ଭାବେ ମନୋରଂଜନଙ୍କ ଚାଷ ଜମିରୁ ଧାନ କାଟୁଥିଲେ । ମନୋରଂଜନ ଓ ତାର ବିଧବା ମାଆ ନୀଳାବତୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ନିଳବାତୀଙ୍କର ଗୋଡ ହାତ ମଧ୍ୟ ଭାଙ୍ଗି ଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ୪୦୩/୧୯ ଦଫା ୩୨୩, ୩୭୯, ୫୦୬, ୩୪ ଆଇପିସିରେ ରୁଜ୍ଜୁ କରି ହାତବାନ୍ଧି ବସିଛି । ମାମଲା ରୁଜ୍ଜୁ ପରେ ବି ଅଭିଯୁକ୍ତମାନେ ଧାନ କାଟିନେବା ସହ ଖୋଲମଖୁଲା ବୁଲୁଛନ୍ତି । ହେଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ କାର‌୍ୟ୍ୟାନୁଷ୍ଠାନ ନହେବା ଫଳରେ ଧନ ଜୀବନ ପ୍ରତି ବିପଦ ଦେଖାଦେଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ଗୁହାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.