Home ଓଡ଼ିଶା ଅଧପନ୍ତରିଆ ଅବସ୍ଥାରେ ଜାତୀୟ ରାଜପଥ ଗଳା ପୋଲ କାର୍ଯ୍ୟ , ବଢୁଛି ଦୁର୍ଘଟଣା, ଦେଖି ସବୁ...

ଅଧପନ୍ତରିଆ ଅବସ୍ଥାରେ ଜାତୀୟ ରାଜପଥ ଗଳା ପୋଲ କାର୍ଯ୍ୟ , ବଢୁଛି ଦୁର୍ଘଟଣା, ଦେଖି ସବୁ ନୀରବ ଦ୍ରଷ୍ଟା

168

ବାହାନଗା,୧୩ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାହାନଗା ଠାରୁ ଖନ୍ତାପଡ଼ା ଥାନା ପର୍ଯ୍ୟନ୍ତ ଗଳା ପୋଲ କାର୍ଯ୍ୟ ଚାଲୁ ରହିଥିବା ବେଳେ ତାହା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଫଳରେ ପୋଲ ନିର୍ମାଣ ଜାଗା ମାନଙ୍କରେ ଡାଇଭରସନ ସାଙ୍ଗକୁ ବଡ଼ ବଡ଼ ହମସ୍ ମାନ ହୋଇ ଥିବାରୁ ସବୁ ସମୟରେ ଦୁର୍ଘଟଣା ଘଟୁଛି । ଫଳରେ ଚାଲି ଯାଉଛି ବୃଦ୍ଧ ଠାରୁ କଅଁଳ ଶିଶୁ ପର୍ଯ୍ୟନ୍ତ ଜୀବନ । କରୋନା ମହାମହାମାରୀ ଆସିବା ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇ ଥିଲା । କିନ୍ତୁ କରୋନା ପାଇଁ ସବୁ ବନ୍ଦ ଥିବା ବେଳେ ଏବେ ସବୁ ଖୋଲା ହେବା ପରେ ବି ଥିବା କାର୍ଯ୍ୟ ବିଳମ୍ବିତ ସମସ୍ଥଙ୍କୁ ଚିନ୍ତାରେ ପକାଇଛି । ସମସ୍ତେ ଦେଖି ଅନୁଭବ କରି ସୁଦ୍ଧା ନୀରବ ଦ୍ରଷ୍ଟା ସାଜିଛନ୍ତି । କିଛି ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାର ଜାତୀୟ ରାଜପଥର ଗଳା ପୋଲ ଓ ବିଭିନ୍ନ କାର୍ଯ୍ୟର ତଦାରଖ ମନ୍ତ୍ରୀ , ସାଂସଦ, ଯନ୍ତ୍ରୀଙ୍କ ଦ୍ୱାରା ଆଲୋଚନା କରାଯାଇ କାର୍ଯ୍ୟ ଶିଘ୍ର ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ସବୁ ନୀରବ ଦ୍ରଷ୍ଟା ସାଜିଥିବାର ଆଲୋଚନା ହେଉଛି । ତେବେ ଏମିତି କାର୍ଯ୍ୟ ବିଳମ୍ବିତ ହେବା, ଧିରେ ଧିରେ ଦୁର୍ଘଟଣା ବଢିବା ସହ ବହୁ ଧନ ଜୀବନ ନଷ୍ଟ ହେବାର ବିଭିନ୍ନ ମହଲରେ ଆଲୋଚନା ହେଉଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.