Home ଓଡ଼ିଶା ଅଦିନିଆ ବର୍ଷା ଉଜାଡ଼ି ଦେଲା ମୁଗ ଫସଲ

ଅଦିନିଆ ବର୍ଷା ଉଜାଡ଼ି ଦେଲା ମୁଗ ଫସଲ

254

ତିର୍ତ୍ତୋଲ୨୫/୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଧାନ ହେଉ କିମ୍ବା ମୁଗ ହେଉ ପ୍ରାକୃତିକ ବିପର୍ଯୟ ଠିକ୍ ଅମଳ ସମୟରେ ଆସି ଫସଲ ହାନି କରିବାର ସହିତ ଚାଷୀର ମେରୁ ଦଣ୍ଡ ଦୋହଲାଇଦେଇଥାଏ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସାରା ଦେଶ ଓ ରାଜ୍ୟରେ ଲକ୍ ଡ଼ାଉନ କରାଯାଇଥିବାବେଳେ ଭୟରେ ଚାଷୀମାନେ ବିଲକୁ ଗୋଡ଼ ପକାଉନଥିଲେ। ଏହି ଦୁଇ ଚାରିଦିନ ହେବ କାଳବୌଶଖି ଅଦିନିଆ ଝଡ଼ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ମୁଗ ଫସଲ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଚାଷୀମାନେ ସ୍ୱଳ୍ପମାତ୍ରାରେ ମୁଗ ବିଲରୁ ଆଣି ଅମଳ କରିଥିବାବେଳେ ଅଧିକାଂଶ ସ୍ଥାନରେ ମୁଗ ବିଲରେ ପଡ଼ିରହିଛି। ମୁଗ ଗଛ ଫୂଲ ଦେଲା ବେଳେ ମଧ୍ୟ ଅଦିନିଆ ପଥର ବର୍ଷାରେ ପ୍ରଭାବିତ ହୋଇଥିଲା। ଏବେ ମୁଗ ଅମଳ ସମୟରେ ମଧ୍ୟ କାଳବୌଶଖି ବର୍ଷା ଦାଉ ସାଜିଛି। ଏହି ବ୍ଲକ ର ଗରାମ, କଟରା, ତେନ୍ତୁଲିପଦା, ଜଡ଼ତିରା, ତରଜଙ୍ଗା, ପଟିଲୋ, ମଣିଜଙ୍ଗା, କନିମୂଳ, ଦାଇଁଲୋ, ବିଷନପୁର, କୃଷ୍ଣାନନ୍ଦପୁର, ବୋଧେଇ, ଇବ୍ରିସିଂ, ଜଗନ୍ନାଥପୁର, ତୁଳଙ୍ଗ, କୋଷ୍ଠୀମଲ୍ଲିକାପୁର, ଗୋବିନ୍ଦପୁର ସମେତ ୨୯ଟି ପଞ୍ଚୟତର ଦେଡ଼ଶହରୁ ଉର୍ଦ୍ଧ ରାଜସ୍ୱ ଗ୍ରାମର ହଜାର ହଜାର ହେକ୍ଟର ଜମିରେ ଏବେ ମଧ୍ୟ ଶୁଖିଲା ମୁଗ ପଡ଼ିରହିଛି। ଏହା ସହିତ ଅନେକ ସ୍ଥାନରେ ଗହିରିଆ ଜମି ରହିଥିବାରୁ ମୁଗ ଉପରେ ପାଣି ରହିଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ହୋଇଥିବା ମୁଗ ଫସଲର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଦେବାପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.