Home Coronavirus Outbreak ଲକ୍‌ଡାଉନ୍ ଅବଧି ସରିବା ପରେ ଓଡିଶାକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ଦିଷ୍ଟ ପୋର୍ଟାଲରେ ପଞ୍ଜିକରଣ...

ଲକ୍‌ଡାଉନ୍ ଅବଧି ସରିବା ପରେ ଓଡିଶାକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ଦିଷ୍ଟ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ : ସମୀର ମହାନ୍ତି

197

ବାହାର ରାଜ୍ୟରେ ଅଟକି ରହିଥିବା ଓଡିଆଙ୍କୁ ରାଜ୍ୟ ସଭାପତିଙ୍କ ଅନୁରୋଧ
– ପରିବାର ସ୍ୱଜନ ମାନଙ୍କ ଦ୍ୱାରା ନିଜ ଗାଁ ଓ ପଂଚାୟତରେ ମଧ୍ୟ ପଞ୍ଜିକରଣ କରିବାକୁ ଅନୁରୋଧ
– କରୋନା ମୁକାବିଲା ପାଇଁ ସାମାଜିକ ଦୁରତ୍ୱ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରୀ
– ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧରେ ଲଢି ବିଜୟୀ ହେବା

ଭୁବନେଶ୍ୱର, ୨୫/୦୪ (ଓଡ଼ିଆ ପୁଅ) : ଲକ୍‌ଡାଉନ୍ ଅବଧି ସରିବା ପରେ ବାହାର ରାଜ୍ୟରେ ଥିବା ଓଡିଆ ଲୋକମାନେ ରାଜ୍ୟକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଉଦ୍ଦିଷ୍ଟ ପୋର୍ଟାଲରେ ପଞ୍ଜିକରଣ କରିବାକୁ ଟ୍ୱିଟ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି।

ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ୍ ଅବଧି ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବେ। କରୋନା ମହାମାରୀର ମୁକାବିଲା ପାଇଁ ୍ଣଳନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣର ବ୍ୟାପକ ବ୍ୟବସ୍ଥା କରିଛନ୍ତି।

ଓଡିଆ ଭାଇ ଭଉଣୀମାନେ ଆମ ରାଜ୍ୟ ଓଡିଶାକୁ ଫେରିବା ପୂର୍ବରୁ ନିଜ ତରଫରୁ ଏଥିପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ନିଜର ନାମ ଠିକଣା ପଞ୍ଜିକୃତ କରନ୍ତୁ। ନିଜ ପରିବାର ସ୍ୱଜନମାନଙ୍କ ଦ୍ୱାରା ମଧ୍ୟ ନିଜ ଗାଁ ଓ ପଂଚାୟତରେ ମଧ୍ୟ ପଞ୍ଜିକରଣ ବ୍ୟବସ୍ଥାର ସୁବିଧା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ସାମାଜିକ ଦୁରତ୍ୱ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରୀ। ତେଣୁ ଆପଣଙ୍କ ପଞ୍ଜିକରଣ ଏକାନ୍ତ ଜରୁରୀ। ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧରେ ଲଢି ବିଜୟୀ ହେବା ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.