Home ଓଡ଼ିଶା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତା ରକ୍ଷା ପାଇଁ ଲକ୍ଷ୍ମଣ ରେଖାର କୁଣ୍ଡଳୀ

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତା ରକ୍ଷା ପାଇଁ ଲକ୍ଷ୍ମଣ ରେଖାର କୁଣ୍ଡଳୀ

348

ମାଲକାନଗିରି,୨୬ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱଦରବାରରେ କୋଭିଡ୧୯ କରୋନା ଭାଇରସ ବ୍ୟାପିଥିବା ବେଳେ ତାହାର ପ୍ରତିକାର ପାଇଁ
ଏପର୍ଯ୍ୟନ୍ତ କୌଣସି ଦେଶ ବିଦେଶରେ ଔଷଧ ବାହାରିନାହିଁ । କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ କେବଳ ସାମାଜିକ ଦୂରତା ଓ ସଚେତନତା ପ୍ରତି ଦିଆ ଯାଉଛି ଗୁରୁତ୍ୱ । ସମଗ୍ର ଦେଶରେ ତାଲା ବନ୍ଦ ଡାକରା ଦିଆ ଯାଇଥିବା ବେଳେ ସେଥିରୁ ବାଦପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଲକ ଡାଉନ ପାଇଁ ଜିଲ୍ଲାରେ ଦୋକାନ ବଜାର ରାସ୍ତା ଘାଟ ଜନଶୂନ୍ୟ ହୋଇପଡିଛି ,କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ,ତେଜରାତି,ଖିର,ଔଷଧ,ପନିପରିବା ଦୋକାନ ଗୁଡିକୁ କିଛିଘଟାଂ ପାଇଁ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଗ୍ରାହକ ମାନେ ସାମଗ୍ରୀ ନେବା ପାଇଁ ଦୋକାନ ଆଗରେ ଭିଡକରି ଠେଲାପେଲା ହେଉଥିବାରୁ କରୋନା ସଂକ୍ରମଣର ଆଶଙ୍କା ରହିଥିବାରୁ ଏଅଧିକାଂଶ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଚୁନରେ ଲକ୍ଷ୍ମଣ ରେଖାର କୁଣ୍ଡଳୀ କାଟିଛନ୍ତି । ଏହି କୁଣ୍ଡଳୀ ଗୁଡିକର ଦୂରତା ପ୍ରାୟ ଏକମିଟର ବ୍ୟବଧାନରୁ ଉର୍ଦ୍ଦରଖା ଯାଇଛି ।ଗ୍ରାହକ ମାନେ କୁଣ୍ଡଳୀ ମଧ୍ୟରେ ରହି ନିଜ ନିଜଆବଶ୍ୟକୀୟ ସାମଗ୍ରୀ ଦୋକାନରୁ କ୍ରୟକରିବେ, ସାମାଜିକ ଦୂରତା ଅବଲମ୍ବନ କଲେ କିଏ କାହା ଦେହ ମଧ୍ୟରେ ସଂସ୍ପର୍ଷରେ ଆସିବେ ନାହିଁ,ଏହା ଦ୍ୱାରା କରୋନା ସଂକ୍ରମଣର ଭୟରହିବ ନାହିଁ । ଜିଲ୍ଲାପ୍ରଶାସନ ପକ୍ଷରୁ ସହରର ଦୋକାନଗୁଡିକରେ ଚୁନରେ ଗୋଲେଇ କୁଣ୍ଡଳୀ କରିଥିବା ବେଳେ, ମାଲକାନଗିରି ସହରର ୧୧୯କଲୋନୀ ରେ ଥିବା କେ କ୍ରୀଷ୍ଣା ରାଓ ନାମକ ତେଜରାତି ଦୋକାନୀ ଜିଲ୍ଲାପ୍ରଶାସନକୁ ନ ଜଗି ନିଜେ ତାଙ୍କ ଦୋକାନ ଆଗରେ ଏକମିଟର ବ୍ୟବଧାନରେ ଚୁନରେ ୫ଟି ଗୋଲେଇ କୁଣ୍ଡଳୀ କାଟିଥିବାର ଦେଖିବାକୁ ମିଳିଛି । ସମାଜିକ ସୁରକ୍ଷା କୁଣ୍ଡଳୀ ସହିତ ଦୋକାନ ବାରଣ୍ଡାରେ ପାଣି ବାଲ୍ଟି,ମଗ ଓ ସାବୁନ,ହ୍ୟାଣ୍ଡଓ୍ୟାସ ରଖି ଗ୍ରାହକ ମାନଙ୍କୁ ହାତଧୋଇବା ପାଇଁ ପରାମର୍ଶ ଦେଉଛନ୍ତି । ଗ୍ରାହକ ମାନେ ମଧ୍ୟ ସେହି କୁଣ୍ଡଳୀରେ ଏକ ମିଟର ବ୍ୟବଧାନରେ ଠିଆ ହୋଇ ନିଜ ନିଜ ସାମଗ୍ରୀ କ୍ରୟକରୁଥିବାର ଜଣାପଡିଛି । ଏପରି ଗୋଲେଇ କାହିଁକି କରିଛ ବୋଲି ଗ୍ରାହକ ପଚାରିଲେ କ୍ରୀଷ୍ଣା କରୋନା ସଂକ୍ରମଣରୁ ରକ୍ଷାପାଇବାକୁ ହେଲେ ସମାଜିକ ଦୂରତା ର ଆବଶ୍ୟକ ରହିଛି ବୋଲି କହି ଜନ ସଚେତନତା କରିଥାନ୍ତି । କ୍ରଷ୍ଣାଙ୍କ ଏହି କାର୍ଯ୍ୟକୁ ଦେଖି ପାଖ ଆଖରେ ଥିବା ଅନ୍ୟ ତେଜରାତି ଦୋକାନୀ ମାନେ ମଧ୍ୟ ନିଜ ନିଜ ଦୋକାନ ଆଗରେ ଏକମିଟର ଦୂରତା ବ୍ୟବଧାନରେ ଚୂନରେ ଗୋଲେଇ ନିର୍ମାଣ କରି ଗ୍ରାହକ ମାନଙ୍କ ମଧ୍ୟରେ ସାମଜିକ ଦୂରତା ସୃଷ୍ଟିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.