Home Coronavirus Outbreak ଲକଡାଉନ ଯୋଗୁଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ପ୍ରକଳ୍ପ ଅବଧି ସମ୍ପ୍ରସାରିତ

ଲକଡାଉନ ଯୋଗୁଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ପ୍ରକଳ୍ପ ଅବଧି ସମ୍ପ୍ରସାରିତ

382

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ଲକଡାଉନ କାରଣରୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟକ୍ଷମ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାଳ ବୃଦ୍ଧି ହେବ। ମନ୍ତ୍ରଣାଳୟ ସଚିବ ଶ୍ରୀ ଆନନ୍ଦ କୁମାର ଏକ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲକଡାଉନ ଯୋଗୁଁ ନିର୍ମାଣ କାର୍ଯ୍ୟ ବ୍ୟାହତ ହୋଇଥିବା ଦୃଷ୍ଟିରୁ ସେସବୁର କାର୍ଯ୍ୟକାଳ ବଢ଼ାଇବାର ଆବଶ୍ୟକତା ରହିଛି। ପୁନର୍ବାର ଲୋକଶକ୍ତି ଓ ଅନ୍ୟାଣୟ ସାଧନ ସଂଗ୍ରହ କରି କାମ ଆରମ୍ଭ କରିବାକୁ ସମୟର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ। କରୋନା ଭୂତାଣୁ ସଂକ୍ରମଣ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଯୋଗାଣ ବ୍ୟବସ୍ଥା, ଲୋକଶକ୍ତି ଓ ଅନ୍ୟାନ୍ୟ ସାଧନ ଶୃଙ୍ଖଳକୁ ବ୍ୟାହତ କରିଛି। ଏହି ପରିପ୍ରେକ୍ଷୀରେ ଏସବୁ ପ୍ରକଳ୍ପର କାର୍ଯ୍ୟକାଳ ସମ୍ପ୍ରସାରଣ ନିଷ୍ପତି ସଂଯୁକ୍ତ ବିଭିନ୍ନ ପକ୍ଷଙ୍କ ପାଇଁ ଆଶ୍ୱସ୍ତି ଆଣିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.