Home ଜିଲ୍ଲା ପରିକ୍ରମା ଅଜଣା ରୋଗରେ ପୀଡିତ ପ୍ରକାଶ ଭୂଏ ଙ୍କୁ ପ୍ରୟାସ ସେବା ମିଶନ ପକ୍ଷରୁ ଚିକିତ୍ସାସେବା, ରେଡକ୍ରସ...

ଅଜଣା ରୋଗରେ ପୀଡିତ ପ୍ରକାଶ ଭୂଏ ଙ୍କୁ ପ୍ରୟାସ ସେବା ମିଶନ ପକ୍ଷରୁ ଚିକିତ୍ସାସେବା, ରେଡକ୍ରସ ସହାୟତା ଦାବି

66

ସମ୍ବଲପୁର, ୧୪/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଗାଁ ଚିପିଲିମା ର ପ୍ରକାଶ ଭୂଏ (୩୫) ପ୍ରାୟ ୧୪ ମାସ ତଳେ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇଥିବାବେଳେ, ତାଙ୍କର ବାମ ଗୋଡ ପାଚି ସଢିଯାଇ ବହୁତ କଷ୍ଟ ଭୋଗୁଥିଲେ। ସେ ଘରର ଏକମାତ୍ର ରୋଜଗାର ବ୍ୟକ୍ତି ଥିବାବେଳେ, ଆର୍ଥିକ ଅଭାବ ମଧ୍ୟରେ ଡାକ୍ତରୀ ଚିକିତ୍ସା କରାଇ ପାରୁନଥିଲେ। ଏହି ଖବର ପାଇ ପ୍ରୟାସ ସେବା ମିଶନ ଆବାହକ ପ୍ରଶନ୍ନ ସାହୁଙ୍କ ଉଦ୍ୟମରେ ତଥା ରେଡକ୍ରସର ୧୧ହଜାର ଟଙ୍କା ସହଯୋଗରେ ରାଜଧାନୀ ସ୍ଥିତ ଏକ ଡାକ୍ତରଖାନାରେ ପ୍ରକାଶର ବାମ ଗୋଡ ଅସ୍ତ୍ରୋପଚାର କରାଯାଇ ଡାହାଣ ଜଙ୍ଘରୁ ଚମଡା ଆଣି ପ୍ଲାଷ୍ଟିକ ସର୍ଜରୀ ହୋଇଥିଲା।ଦୀର୍ଘଦିନ ପରେ ଘରକୁ ଫେରି ପ୍ରକାଶ କିଛି ଆଶ୍ବସ୍ତ ଅନୁଭବ କରିଥିବାବେଳେ, ଦୈବୀ ପୁଣି ଦାଉ ସାଧିଛି।ପ୍ରକାଶର ଗୋଡ ପୁଣି ସଂକ୍ରମଣ ହୋଇ ପୂଜ ରକ୍ତ ଭରିଯାଉଥିବାବେଳେ, ବହୁତ କଷ୍ଟ ଅନୁଭବ କରୁଛନ୍ତି I ଖବରପାଇ ପ୍ରୟାସ ସେବା ମିଶନ ଆବାହକ ପ୍ରଶନ୍ନ ଜଣେ ଫାର୍ମାସିଷ୍ଟ ନେଇ ପ୍ରକାଶର ସଂକମିତ ଗୋଡକୁ ଡ୍ରେସି ପରେ ଆବଶ୍ୟକ ଔେଷଧ ପତ୍ର ଦେଇଛନ୍ତି।ଏମିତି ପ୍ରକାଶର ଦୁଃଖଦ ସମୟରେ ସାମାଜିକ କର୍ମୀ ପ୍ରଶନ୍ନ ସାହୁଙ୍କୁ ପ୍ରକାଶ ର ଦରଦିବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ I ଅପର ପକ୍ଷରେ ପ୍ରକାଶ ଉଚ୍ଚତର ଉତ୍ତମ ଚିକିତ୍ସାର ଆବଶ୍ୟକତା ଥିବାବେଳେ ଅର୍ଥ ବାଧକ ହୋଇଛି।ଏଣୁ ରେଡକ୍ରସ ପକ୍ଷରୁ ପ୍ରକାଶ ର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେଲେ ହୁଏତ ପ୍ରକାଶ ଦୁଃଖକଷ୍ଟରୁ ମୁକୁଳିପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.