Home ଓଡ଼ିଶା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ୩ ଦିନ ଧରି ଚାଳିଥିବା ଆନ୍ଦୋଳନ ସ୍ଥଗିତ

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ୩ ଦିନ ଧରି ଚାଳିଥିବା ଆନ୍ଦୋଳନ ସ୍ଥଗିତ

108

ବରଗଡ଼, ୧୫/୬ (ଓଡିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ ସୋସାଇଟିକୁ ଚାଷୀ ମାନେ ଗତ ତା ୧୨/ ୬ ରିଖ ଦିନ ତାଲାବନ୍ଦ କରି ଧାରଣାରେ ବସିଥିଲେ। ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନରେ ଧାନ ବିକ୍ରି, ସାଇପାଲି ମଣ୍ତିରେ ହଜାର ହଜାର ବସ୍ତା ଧାନ ପଡିଥିବା ବେଳେ ମିଲର୍ସ ମାନେ ଧାନ ଉଠାଉ ନଥିବାରୁ ତାର ପ୍ରତିବାଦରେ ତାଲାବନ୍ଦ ଓ ଧାରଣା କାର୍ଯ୍ୟକ୍ରମ ଚାଲିଥିଲା। ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ଉପ ସଭାପତି ଭୋଜରାଜ ସାହୁ, ମଣ୍ତଳ ସଭାପତି ସଜ୍ଜନ ଦଣ୍ତସେନାଙ୍କ ନେତୃତ୍ୱରେ ପାଖାପାଖି ଶହେ ଜଣ ଚାଷୀ ଏହି ଆନ୍ଦୋଳନରେ ସାମିଲ ଥିଲେ। ଗତକାଲି ଆନ୍ଦୋଳନ ସ୍ଥଳକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆସି ଆନ୍ଦୋଳନରତ ଚାଷୀ ମାନଙ୍କୁ ସମର୍ଥନ କରିଥିଲେ। ଖୋଦ୍‌ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେପୁରରୁ ସେ ଯେତେବେଳେ ଇସ୍ତଫା ଦେଲେ ସେ ଘୋଷଣା କରିଥିଲେ ଯେ ବିଜେପୁର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ଦାୟିତ୍ୱ ମୋର, ତେବେ ଯେତେବେଳେ ବିଜେପୁର ଅଞ୍ଚଳର ଚାଷୀ ମାନେ ମଣ୍ତିରେ ଧାନ ବିକ୍ରୀ କରିପାରୁ ନାହାନ୍ତି, ମିଲର୍ସ ମାନେ ୧୦ କେଜି ପ୍ରତି କ୍ୱିଣ୍ଟାଲରେ କଟ୍‌ନି ଛଟ୍‌ନି ନ କଲେ ମଣ୍ତିରୁ ଧାନ ଉଠାଉ ନଥିବା ବେଳେ ବିଜେପୁରର ଦାୟିତ୍ୱ ନେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ କେଉଁଠି ବୋଲି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି। ଶ୍ରୀ ପୁରୋହିତ ଏକ ସମସ୍ତ ଘଟଣା ଉପରେ ବରଗଡ ଜିଲ୍ଲାପାଳଙ୍କ ସହ ଧାରଣା ସ୍ଥଳରୁ ଟେଲିଫୋନ ଯୋଗେ ଆଲୋଚନା କରି ୩ ଦିନ ଧରି ସାଇପାଲି ସେବା ସମିତିର ସାମନାରେ ଚାଷୀ ମାନେ ଧାରଣା ବସିଥିବା ବେଳେ କେହି ଜଣେ ଅଧିକାରୀ ମଧ୍ୟ ଆନ୍ଦୋଳନ ପାଇଁ ଆସିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସାଇପାଲି ମଣ୍ତିର ଧାନ ଉଠାଇବା ପାଇଁ ମିଲର୍ସ ଟେକ୍ ବଢାଇବା ସହ ଆନ୍ଦୋଳନକାରୀ ସ୍ଥଳକୁ ଯାଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟାରେ ପଦ୍ମପୁର ସମବାୟ ବିଭାଗର ଅତିରିକ୍ତ ରେଜିଷ୍ଟାର ସୁରେନ୍ଦ୍ର ମେହେର ଆନ୍ଦୋଳନ ସ୍ଥଳକୁ ଆସି ବହୁ ସମୟ ଆଲୋଚନା କରିବା ପରେ ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ମାନେ ସୋସାଇଟିର ତାଲା ଖୋଲିଥିଲେ ଓ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ପ୍ରମୁଖ ଚାଷୀଙ୍କ ଭିତରେ ଆନନ୍ଦ ସାହୁ, ଦୀପକ ନନ୍ଦ, ଭାସ୍କର ସାହୁ, ଅକ୍ଷୟ ନାଏକ, ରଞୀନ ନାଏକ, ବିଜୟ ସାହୁ, ସୁରୁବାବୁ ବିଶି, ସତ୍ୟନାରାୟଣ ବେହେରା, ବିଶି କେଶନ ମେହେର, ଲକ୍ଷ୍ମୀଧର ବାଗ, ଅକ୍ଷୟ ସାହୁ ପ୍ରମୁଖ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.