Home ଅପରାଧ ସ୍ୱାମୀ ନିଜ ସ୍ତ୍ରୀର ବେକରେ ଇଲେକ୍ଟ୍ରି ତାର ଗୁଡେଇ ହତ୍ୟା କଲା, ଅଭିଯୁକ୍ତ ସ୍ୱାମୀ ଗିରଫ

ସ୍ୱାମୀ ନିଜ ସ୍ତ୍ରୀର ବେକରେ ଇଲେକ୍ଟ୍ରି ତାର ଗୁଡେଇ ହତ୍ୟା କଲା, ଅଭିଯୁକ୍ତ ସ୍ୱାମୀ ଗିରଫ

80

ବଲାଙ୍ଗୀର, କଣ୍ଟାବାଞ୍ଜି,୧୫-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନସ୍ଥ ଧାମନଡଙ୍ଗା ଗାଁରେ ସ୍ବାମୀ ନିଜ ସ୍ତ୍ରୀ ଙ୍କୁ ସାମାନ୍ୟ କଳହ କୁ କେନ୍ଦ୍ର କରି ନିର୍ମମ ଭାବେ ହତ୍ୟା କରିଦେଇଥିବା ନେଇ ସ୍ତାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

ସୂଚନାଅନୁଯାୟୀ, କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁର ଜୟରାମ ମାଝୀ ଓ ତାଙ୍କ ସ୍ତ୍ରୀ ଉର୍ମିଳା ମାଝୀଙ୍କ ମଧ୍ୟରେ କେତେକ କଥାକୁ ନେଇ ବିବାଦ ଉପୁଜିଥିବା ସହ ପୂର୍ବରୁ ମଧ୍ୟ ଏପରି ଛୋଟମୋଟ ଗାଳିଗୁଲଜ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲାଗିରହୁଥିଲା। ହେଲେ ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲା।

ଉର୍ମିଳାଙ୍କ ପରିବାର ଲୋକ ଓ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ସମଧାନ ଚେଷ୍ଟା କରି ବିଫଳ ହୋଇଥିଲେ। ହେଲେ ଏହି ସମଧାନ ନହେବା ଯୋଗୁ ଉଭୟ ପକ୍ଷ ଥାନାରେ ଦ୍ୱାରସ୍ଥ ହୋଇଥିଲେ।

ଗତ ବିଳମ୍ବିତ ରାତିରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ସୃଷ୍ଟି ହୋଇଥିବା ବେଳେ ଏହି ବଚସା ଉଗ୍ର ରୂପ ନେଇଥିଲା। ଜୟରାମ ବିଦ୍ୟୁତ ତାରରେ ଉର୍ମିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.