Home ଅପରାଧ ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

481

ଯାଜପୁର୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ପଥପ୍ରାନ୍ତ ସୁବିଧା କେନ୍ଦ୍ର ସମ୍ମୁଖରେ ଅଜଣା ଗାଡି ଧକ୍କାରେ ଯୁବକର ଘଟଣାସ୍ଥଳେ ମୃତ୍ୟୁ ଘଟିଛି । ଘଟଣାସ୍ଥଳେ ପୁଲିସ ପହଂଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ମୃତ ବ୍ୟକ୍ତିର ପକେଟରୁ ମିଳିଥିବା ଅଧାର କାର୍ଡ ଅନୁଯାୟ ସେ ଭଦ୍ରକ ଜିଲ୍ଲା ମଣିନାଥପୁର ଷୋଳମପୁର ଗ୍ରାମର ରମାକାନ୍ତ ମହାରଣାଙ୍କ ପୁଅ ଧନେଶ୍ୱର(୩୦)) ବୋଲି ଜଣାପଡିଛି । ହେଲେ ମୃତ୍ୟୁର କାରଣ ଦୁର୍ଘଟଣା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ଅଛି । ମୃତ ବ୍ୟକ୍ତିଙ୍କ ଗୋଟିଏ ସାଇକେଲ ରାସ୍ତା କଡରେ ସୁରକ୍ଷିତ ଅଛି । ସେ ସାଇକେଲ ରଖି ରାସ୍ତା ପାର ହେବା ବେଳେ ଦୁର୍ଘଟଣା ଘଟିଥାଇପାରେ ବା ସେ କୌଣସି କାରଣରୁ ସେ ଗାଡି ଆଗକୁ ଡେଇଁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.