Home ଅପରାଧ ଜେଲ୍ ଗଲେ ଗଣିତ ଶିକ୍ଷକ

ଜେଲ୍ ଗଲେ ଗଣିତ ଶିକ୍ଷକ

404

ଯାଜପୁର୭ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୁକିନ୍ଦା ବ୍ଲକ୍ ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସ୍କୁଲ ପିଲାମାନଙ୍କୁ ଦଣ୍ଡ ଦେବା ଅଭିଯୋଗରେ ଆଜି ଜେଲ୍ ଯିବାକୁ ପଡିବା ଦେଖିବାକୁ ମିଳିଛି । ଗଣିତ ଶିକ୍ଷକ ମକରନ୍ଦ ମହାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବାପରେ ପୁଲିସ ଅଭିଯୋଗକୁ ଗ୍ରହଣ କରି ଶିକ୍ଷକଙ୍କୁ ଗିରଫ କରି ଆଜି କୋର୍ଟରେ ହାଜର କରିଥିଲା କୋର୍ଟରେ ଶିକ୍ଷକଙ୍କର ଜାମିନ ନାମାଞ୍ଜୁର ହେବାରୁ ଶେଷରେ ଜେଲ୍ ଜିବାକୁ ପଡିଥିବା ଦେଖାଯାଇଛି ।ସୁଚନାଯୋଗ୍ୟ-ସୁକିନ୍ଦା ଲେମ୍ବୋ ପଂଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରକୁ ଗଣିତ ଶିକ୍ଷକ ମକରନ୍ଦ ମହାନ୍ତ ସବୁଦିନ ବିଳମ୍ବରେ ଆସନ୍ତି। ସବୁଦିନ ଏଭଳି ହେବାରୁ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ପିଲାଙ୍କ ପ୍ରତିବାଦକୁ ଦେଖି ସେମାନଙ୍କୁ ସ୍କୁଲ ଆଗରେ କାନଧରି ଆଣ୍ଠେଇ ଦେଇଥିଲେ ଶିକ୍ଷକ ମକରନ୍ଦ ମହାନ୍ତ।ଘଟଣା ପରେ ଗ୍ରାମବାସୀମାନେ ବିରୋଧ କରିବାରୁ ମାତାଲ ଶିକ୍ଷକଜଣଙ୍କ ପିଲାମାନଙ୍କ ସହ ରାସ୍ତା ଉପରେ ବସିବା ସହ ତାଙ୍କ ଫଟୋ ଉଠାଇବା ପାଇଁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.