Home ଓଡ଼ିଶା ପର୍ଯ୍ୟଟକଙ୍କ ​ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ – ୩ ମୃତ ୧୨ ଆହତ

ପର୍ଯ୍ୟଟକଙ୍କ ​ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ – ୩ ମୃତ ୧୨ ଆହତ

224

ବାଲେଶ୍ୱର ୮-୧୨ (ଓଡ଼ିଆ ପୁଅ) : ବାଲେଶ୍ୱରର ଶେରଗଡ଼ ନିକଟରେ ପୁରୀର ବାଲିସାହିରୁ ୨୫ଜଣ ପର୍ଯ୍ୟଟକ ମୟୁରଭଞ୍ଜର ଦେବକୁଣ୍ଡ ଯାଉଥିବା ବେଳେ ତାଙ୍କର ​ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ମୃତକମାନେ ହେଲେ ତ୍ରିନାଥ ଦାସ(୪୫),ବାପି ମିଶ୍ର(୪୦) ଏବଂ ଗଙ୍ଗାଧର ଦାସ(୮୦)। ଆହତ ମାନଙ୍କୁ ବାଲେଶ୍ଵର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଏହି ଘଟଣା ବାଲେଶ୍ଵର ଜିଲ୍ଲା ​ସୋରର ଶେରଗଡ ଜଗନ୍ନାଥ ପେଟ୍ରୋଲ ପମ୍ଫ ନିକଟରେ ରବିବାର ସକାଳ ୫ଟାରେ ଘଟିଛି। ଟ୍ରାଭେଲର ଗାଡିଟି ୨୫ ଜଣ ପର୍ଯ୍ୟଟକଙ୍କୁ ନେଇ ମୟୁରଭଞ୍ଜର ଦେବକୁଣ୍ଡ ଯାଉଥିବା ବେଳେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ​ଟ୍ରାଭେଲର ଗାଡିଟି ପଛପଟୁ ଧକ୍କା ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.