Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡ ବିପନ୍ନଙ୍କ ନିକଟରେ ପହଂଚିଲେ ବିଧାୟକ ସଂଜୀବ ମଲ୍ଲିକ

ଅଗ୍ନିକାଣ୍ଡ ବିପନ୍ନଙ୍କ ନିକଟରେ ପହଂଚିଲେ ବିଧାୟକ ସଂଜୀବ ମଲ୍ଲିକ

1

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ପଂଚାୟତର ସେଠୀ ସାହି ଠାରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ସର୍ବସ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାର ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଜି ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ପରିବାର ବର୍ଗଙ୍କୁ ଭେଟିବା ସହ ତହସିଲଦାରଙ୍କ ସହିତ ଆଲୋଚନା କରି ସଂପୂର୍ଣ୍ଣ ସରକାର ସହାୟତା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ସ୍ଥାନୀୟ ସରପଂଚ ଓ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.