Home ଜିଲ୍ଲା ପରିକ୍ରମା ଭଦ୍ରକରେ ୨୦କୁ ବଢିଲା ଥାନା ସଂଖ୍ୟା : ସାବରଙ୍ଗ ଓ ପୀରହାଟ ଫାଣ୍ଡିକୁ ଥାନା ମାନ୍ୟତା

ଭଦ୍ରକରେ ୨୦କୁ ବଢିଲା ଥାନା ସଂଖ୍ୟା : ସାବରଙ୍ଗ ଓ ପୀରହାଟ ଫାଣ୍ଡିକୁ ଥାନା ମାନ୍ୟତା

123

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଆଉ ଦୁଇଟି ଥାନା ବଢିଛି । ପୂର୍ବରୁ ଥାନା ସଂଖ୍ୟା ୧୮ ଥିଲା । ଏବେ ୨୦ ହୋଇଛି । ନୂତନ ଭାବେ ବୃଦ୍ଧି ହୋଇଥିବା ଦୁଇଟି ଥାନା ହେଲା ପୀରହାଟ ଓ ସାବରଙ୍ଗ ଥାନା । ଉଭୟ ଥାନା ପୂର୍ବରୁ ଫାଣ୍ଡି ଥିଲା । ରାଜ୍ୟ ସରକାର ରାଜ୍ୟରେ ଆଉ ୬ଟି ଥାନା ବୃଦ୍ଧି କରିଥିବାବେଳେ ଏଥିରେ ଭଦ୍ରକରୁ ଉକ୍ତ ଦୁଇଟି ନୂଆ ଥାନା ଭାବେ ମାନ୍ୟତା ପାଇଛି । ଅନେକ ବର୍ଷର ଦାବି ପରେ ଏହି ଫାଣ୍ଡି ଦ୍ୱୟ ଥାନାକୁ ରୂପାନ୍ତରିତ ନେଇ ସେହି ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଜିଲାର ଅପରାଧ ପ୍ରବଣ ୨ଟି ବଡ ଥାନା ଭଦ୍ରକ ଗ୍ରାମାଞ୍ଚଳ ଓ ତିହିଡି ଥାନା । ଏହାକୁ ଅପଗ୍ରେଡ୍ କରାଯିବା ପାଇଁ ଜିଲା ପ୍ରଶାସନ ପୁଲିସ୍ ପ୍ରଶାସନ ପକ୍ଷରୁ ଗତ ୪ ବର୍ଷ ଧରି ଲଗାତର ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା । ଗତ ୨୭.୦୯.୧୯ ତାରିଖରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସାବରଙ୍ଗ ଫାଣ୍ଡିର ଅପଗ୍ରେଡେସନ୍ (ଉନ୍ନତିକରଣ) ପାଇଁ ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବରେ ଦର୍ଶାଯାଇଥିଲା ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ପରିସର ୩୯୦.୪୦ ବର୍ଗକିଲୋମିଟର । ଏହି ଥାନା ଅଧୀନରେ ୩୭ ପଂଚାୟତର ୧୯୮ ଟି ଗାଁ ରହିଛି । ଜନସଂଖ୍ୟା ୨ ଲକ୍ଷ ୫୪ ହଜାର ୪୪୮ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଫଳରେ ଅପରାଧ ହାର ପ୍ରତିବର୍ଷ ବୃଦ୍ଧି ପାଇ ଆସୁଥିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମାମଲା ସଂଖ୍ୟା ଜିଲାରେ ସର୍ବାଧିକ । ଜିଲା ପୁଲିସ୍ ପ୍ରଶାସନର ଏହି ପ୍ରସ୍ତାବରେ ଆହୁରି ଦର୍ଶାଯାଇଥିଲା ଯେ ସାବରଙ୍ଗ ଫାଣ୍ଡିକୁ ଅପଗ୍ରେଡ୍ କରାଯାଇ ଏହାର ପରିସର ୭୬.୧୧ ବର୍ଗକିଲୋମିଟର ରଖାଯିବ ।

ଏହାବ୍ୟତୀତ ଏହି ଥାନା ଅଧୀନରେ ୯ଟି ପଂଚାୟତର ୩୭ ଟି ରାଜସ୍ୱ ଗ୍ରାମ ଓ ୧୪ଟି ହାମଲେଟ୍ ରଖାଯିବ । ଏହି ଥାନା ଅଧୀନରେ ୪୮ ହଜାର ୧୩୧ ରହିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟପକ୍ଷରେ ଜିଲାର ଅନ୍ୟତମ ବଡ ଥାନା ତିହିଡି ଥାନାକୁ ଭାଙ୍ଗି ପୀରହାଟ ଫାଣ୍ଡିର ଅପଗ୍ରେଡ୍ କରାଯାଇ ଥାନାର ମାନ୍ୟତା ପାଇଁ ସରକାରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ତିହିଡି ଥାନାରେ ପ୍ରତିବର୍ଷ ୫ ଶହରୁ ଅଧିକ ମାମଲା ହେଉଥିବାରୁ ପୀରହାଟ ଫାଣ୍ଡିକୁ ଥାନା ମାନ୍ୟତା ଦେବାକୁ ଦାବି ହେଉଥିଲା । ବିଶେଷକରି ତିହିଡି ବ୍ଲକ୍‌ରେ ଥିବା ୩୧ ଟି ପଂଚାୟତରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ କେବଳ ତିହିଡି ଥାନା ଓ ପୀରହାଟ ଫାଣ୍ଡି କାର୍ଯ୍ୟ କରୁôଥଲା । କର୍ମଚାରୀ ଅଭାବ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହେଉନଥିଲା । ପୀରହାଟ ଫାଣ୍ଡି ଅଂଚଳ ଅଧୀନରେ ଥିବା ପଂଚାୟତ ଗୁଡିକ ତିହିଡି ସଦର ବଜାର ଠାରୁ ୨୦ ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଣୁ ଏହି ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଜନସାଧାରଣ ଦାବି କରିବା ସହ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ୧୦ ଟି ପଂଚାୟତ ଯଥା ନରେନ୍ଦ୍ରପୁର, ଯାମଯୋଡି, ରାଜନଗର, ବାମନବିନ୍ଧା, ସାହାପୁର, ଦୌଲତପୁର, ବାରସର, ଗୋବିଦ୍ଦପୁର ଓ ଶ୍ୟାମସୁନ୍ଦରପୁର ଆଦି ପଂଚାୟତକୁ ନେଇ ଏହି ଫାଣ୍ଡି ଗଠିତ ହୋଇଥିବା ବେଳେ ଏବେ ଥାନାର ମାନ୍ୟତା ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.