Home ଜିଲ୍ଲା ପରିକ୍ରମା ୬ରେ ମାଳିସାହିରେ ଭଂଜ ଜୟନ୍ତୀ ସମାରୋହ

୬ରେ ମାଳିସାହିରେ ଭଂଜ ଜୟନ୍ତୀ ସମାରୋହ

222

ନୟାଗଡ଼, ୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ନୟାଗଡ଼ ନିକଟସ୍ଥ ମାଳିସାହିଠାରେ ଆସନ୍ତା ୭ତାରିଖ ସନ୍ଧ୍ୟା ୫ଘଟିକାରେ ଭଂଜ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଟିତ ହେବାକୁ ଥିବା ଏହି ସମାରୋହରେ ମୁଖ୍ୟଅତିଥିଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ମୁଖ୍ୟବକ୍ତ ଭାବେ ଭଂଜ ସାହିତ୍ୟ ବିଶାରଦ ମେଜର ଚିନ୍ତାମଣୀ ଭାରତୀ ଓ ସମ୍ମାନୀତ ଅତିଥିଭାବେ ବିଜେପି କଲେଜର ଭାଷା ସାହିତ୍ୟର ମୁଖ୍ୟ ତଥା ଭଂଜ ଅନୁରାଗୀ ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନ ପକ୍ଷରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.