Home କେନ୍ଦ୍ରାପଡ଼ା ୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

43

କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୩ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କାଉନସିଲର ସେକ ଅସଲମ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସେକ ଲିୟାକତ ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତାକ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ବଛା ବଛା ୮ଟି ଟିମ ଯୋଗଦେବାକୁ ଥିବା ଏହି ୭ଦିନିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସ ମ୍ୟାଚରେ ଜଟଣୀର ଫ୍ରେଣ୍ଡସ ପାରାଡାଇଜ କଲିକତାର ସକର ୟୁନାଇଟେଡକୁ ୨-୧ ଗୋଲରେ ହରାଇ ବିଜୟୀ ହୋଇଥିଲା। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟନ ଦଳକୁ ୨୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ଓ ରନର୍ସଅପ ଦଳକୁ ୧୬ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ। ଓଡିଶା ଫୁଟବଲ ସଙ୍ଘର ରାଜ୍ୟ ରେଫରୀ ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ। କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଦିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଦିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ, କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.