Home ଓଡ଼ିଶା ୨୦୧୯ ଏପ୍ରିଲରେ ସର୍ବାଧିକ ଜିଏସଟି କର ସଂଗ୍ରହ

୨୦୧୯ ଏପ୍ରିଲରେ ସର୍ବାଧିକ ଜିଏସଟି କର ସଂଗ୍ରହ

739

ନୂଆ ଦିଲ୍ଲୀ ୧-୫ (ଓଡ଼ିଆ ପୁଅ) ୨୦୧୯ ଏପ୍ରିଲ ମାସରେ ମୋଟ ୧, ୧୩, ୮୬୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଏହା ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ ସର୍ବାଧିକ ସଂଗ୍ରହ। ଏଥିରେ ସାମିଲ ରହିଛି ୨୧, ୧୬୩ କୋଟି ଟଙ୍କାର ସିଜିଏସଟି, ୨୮, ୮୦୧ କୋଟି ଟଙ୍କାର ଏସଜିଏସଟି, ୫୪, ୭୩୩ କୋଟି ଟଙ୍କାର ଆଇଜିଏସଟି (ଆମଦାନୀରୁ ସଂଗୃହୀତ ୨୩, ୨୮୯ କୋଟି ଟଙ୍କା) ଏବଂ ୯, ୧୬୮ କୋଟି ଟଙ୍କାର ସେସ୍ ( ଆମଦାନୀରୁ ସଂଗୃହୀତ ୧, ୦୫୩ କୋଟି ଟଙ୍କା)। ମାର୍ଚ୍ଚରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଫାଇଲ ହୋଇଥିବା ମୋଟ ଜିଏସଟିଆର ୩ବି ରିଟର୍ଣ୍ଣ ସଂଖ୍ୟା ୭୧.୧୩ ଲକ୍ଷ।

ନିୟମିତ ଆଦାୟ ଭାବେ ଆଇଜିଏସଟି ଅନ୍ତର୍ଗତ ସରକାର ସିଜିଏସଟିରେ ୨୦, ୩୭୦ କୋଟି ଏବଂ ଏସଜିଏସଟିରେ ୧୫, ୯୭୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମାନ ଅନୁପାତରେ ବଂଟନ ବ୍ୟବସ୍ଥା ଭିତିରେ କେନ୍ଦ୍ର ସରକାରଙ୍କ ପାଖରେ ଉପଲବ୍ଧ ବଳକା ଆଇଜିଏସଟିରେ ୧୨, ୦୦୦ କୋଟି ଟଙ୍କା ବଂଟନ କରାଯାଇଛି। ନିୟମିତ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଭିତିକ ବଂଟନ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨୦୧୯ ଏପ୍ରିଲ ମାସରେ ସିଜିଏସଟି ବାବଦରେ ୪୭, ୫୩୩ କୋଟି ଏବଂ ଏସଜିଏସଟି ବାବଦରେ ୫୦, ୭୬୬ କୋଟି ଟଙ୍କା ପାଇଛନ୍ତି।

୨୦୧୮ ଏପ୍ରିଲ ମାସରେ ମୋଟ କର ଆଦାୟ ପରିମାଣ ଥିଲା ୧, ୦୩, ୪୫୯ କୋଟି ଟଙ୍କା। ୨୦୧୯ ଏପ୍ରିଲ ମାସ କର ଆଦାୟରେ ଗତବର୍ଷର ଏହି ମାସ ତୁଳନାରେ ଶତକଡା ୧୦.୦୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮-୧୯ (୯୮, ୧୧୪ କୋଟି) ଆର୍ଥିକ ବର୍ଷର ହାରାହାରି ମାସିକ ଜିଏସଟି ଆଦାୟ ତୁଳନାରେ ୨୦୧୯ ଏପ୍ରିଲ ମାସରେ ୧୬.୦୫ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.