Home ଓଡ଼ିଶା ୧୫ଟି ଥାନାରେ ଖୋଲିଲା ଜଳଛତ୍ର

୧୫ଟି ଥାନାରେ ଖୋଲିଲା ଜଳଛତ୍ର

98

କୋରାପୁଟ ୨୯-୦୪-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପୋଲିସ ଦ୍ୱାରା ଜିଲାର ୧୫ଟି ଥାନାରେ ସୋମବାରରୁ ସର୍ବ ସାଧାରଣଙ୍କ ନିମନ୍ତେ ଜଳଛତ୍ର ଖୋଲା ଯାଇଛି। ଜିଲାର ବିଭିନ୍ନ ଅଂଚଳରେ ଅନୁଭୂତ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରାରୁ ଲୋକଙ୍କୁ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇବାକୁ ଏସପି ଡା.କେ.ଭି.ସିଂହଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଟାଉନ ଓ ସଦର, କୋରାପୁଟ ଟାଉନ ଓ ସଦର, ସୁନାବେଡା, ସେମିଲିଗୁଡା, ଦାମନଯୋଡି, ପଟ୍ଟାଙ୍ଗି, ନନ୍ଦପୁର, ପାଡୁଆ, ମାଛକୁଣ୍ଡ, କାକିରି ଗୁମ୍ମା, ବୈପାରୀଗୁଡା, ବୋରୀଗୁମ୍ମା, କୋଟପାଡ ଇତ୍ୟାଦି ଥାନାରେ ଜଳଛତ୍ର ଆରମ୍ଭ କରା ଯାଇଥିବା ଅତିରିକ୍ତ ଏସପି ଉତ୍କଳ ରଂଜନ ଦାଶ ସୂଚନା ଦେଇଛନ୍ତି। ଡିଏସପି ଧୀରେନ୍ଦ୍ର ସ୍ୱାଇଁ, ଟି.ଜଗନ୍ନାଥ ରେଡ୍ଡୀ, ପୋଲିସ ଆରଆଇ ସୁବାସ ନାୟକ, ଟାଉନ୍ ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଣଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି କୋରାପୁଟ ବସ୍ ଷ୍ଟାଣ୍ଡ୍ ଏବଂ ସଦର ଥାନା ସମୁଖ ୨୬ ନଂ ଜାତୀୟ ରାଜପଥ କଡ଼ରେ ଜଳଛତ୍ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପଥଚାରୀ ଓ ଯାତ୍ରୀମାନଙ୍କୁ ଚହ୍ଲା, ଲେମ୍ବୁ ସର୍ବତ, ଦହି ଓ ଅନ୍ୟାନ୍ୟ ଥଣ୍ଡା ପାନୀୟ ପ୍ରଦାନ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.