Home ଓଡ଼ିଶା ମେ’ ୧୦ରୁ ସମ୍ବଲପୁରରେ ଆରମ୍ଭ ହେବ ରବିଧାନ ସଂଗ୍ରହ

ମେ’ ୧୦ରୁ ସମ୍ବଲପୁରରେ ଆରମ୍ଭ ହେବ ରବିଧାନ ସଂଗ୍ରହ

1055

ସମ୍ବଲପୁର, ୨୯/୪ – (ଓଡ଼ିଆ ପୁଅ) ୨୦୧୮-୧୯ ବର୍ଷ ପାଇର୍ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ ନିମନ୍ତେ ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶୁଭମ ସକ୍ ସେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଜୟ ଜେନା, ସଦର ଉପଜିଲ୍ଲାପାଳ ପ୍ରଦୀପ ସାହୁ, ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା କୃଷକ ସଂଗଠନର କର୍ମକର୍ତ୍ତା, ମିଲର୍ସ ଆସୋସିଏସନର କର୍ମକର୍ତ୍ତା, ଏଫସିଆଇର ଅଧିକାରୀ, ଆରଏମସିର ଅଧିକାରୀ, ମାର୍କଫେଡ଼ର ଅଧି୍ କାରୀ, କୃଷି ସମବାୟ ବ୍ୟାଙ୍କର କର୍ମକର୍ତ୍ତା, ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ମେ’ ମାସ ୧୦ ତାରିଖରୁ ମଣ୍ଡି ମାଧ୍ୟମରେ ଧାନ କ୍ରୟ କରାଯିବ। ଚଳିତ ରବି ଋତୁରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସାଧାରଣ ଧାନ ୧୭୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଓ ଗ୍ରେଡ଼ ‘ଏ’ ଧାନ ୧୭୭୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି। ଅନଲାଇନ ମାଧ୍ୟମରେ କୃଷକ ପଞ୍ଜୀକରଣ ପ୍ରକ୍ରିୟା କେ.ଏମ.ଏସ. ୨୦୧୮-୧୯ ପାଇଁ ଅଦ୍ୟାବଧି ୮୪୭୪ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିଥିବା ବେଳେ ଏହି ପ୍ରକ୍ରିୟା ଅଦ୍ୟାବଧି ଚାଲୁ ରହିଛି। ଚଳିତ ରବି ଋତୁ ପାଇଁ ଧନକଉଡ଼ା ବ୍ଲକରେ ୧୦ଟି ମଣ୍ଡି ଖୋଲାଯିବ ଏବଂ ମାନେଶ୍ୱର ବ୍ଲକ ଅଞ୍ଚଳରେ ୧୦ଟି ମଣ୍ଡି, ଯୁଯୁମୁରା ବ୍ଲକ ଅଞ୍ଚଳରେ ୪ଟି ମଣ୍ଡି, ରେଙ୍ଗାଲି ବ୍ଲକ ଅଞ୍ଚଳରେ ୨ଟି ମଣ୍ଡି, ଜମନକିରା ବ୍ଲକ ଅଞ୍ଚଳରେ ୧ଟି ମଣ୍ଡି ଏବଂ କୁଚିଣ୍ଡା ବ୍ଲକ ଅଞ୍ଚଳରେ ୨ଟି ମଣ୍ଡି – ଏହିଭଳି ଜିଲ୍ଲାରେ ସମୁଦାୟ ୨୯ଟି ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିପାରିବେ। ଆରଏମସି ଅଧୀନରେ ଥିବା ମଣ୍ଡିଗୁଡ଼ିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଜିଲ୍ଲାପାଳମାନେ ସ୍ୱତନ୍ତ୍ର ବୈଠକ କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.